ରାୟଗଡ ଜ଼ିଲ୍ଲା ବିଜେପି ସଂଗଠନ ପ୍ରଭାରୀ କୋଡୁରୁ ନାରାୟଣ ରାଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାୟଗଡ ଜ଼ିଲ୍ଲା ବିଜେପି ସଂଗଠନ ପ୍ରଭାରୀ କୋଡୁରୁ ନାରାୟଣ ରାଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାୟଗଡ ଜ଼ିଲ୍ଲା ବିଜେପି ସଂଗଠନ ପ୍ରଭାରୀ କୋଡୁରୁ ନାରାୟଣ ରାଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାୟଗଡ(info media)ରାୟଗଡ଼ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମହାନ ଚିନ୍ତାନାୟକ ତଥା ଏକାତ୍ମମାନବ ଦର୍ଶନର ପ୍ରଣେତା ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ‘ସମର୍ପଣ ଦିବସ-୨୦୨୬’କାର୍ଯ୍ୟକ୍ରମରେ ଜିଲ୍ଲା ସଂଗଠନ ପ୍ରଭାରୀ କୋଡୁରୁ ନାରାୟଣ ରାଓ ଯୋଗ ଦେବା ନିମନ୍ତେ ଆସିଥିଲେ lଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଗୋପୀ ଆନନ୍ଦ , ଉପ ସଭାପତି ଚକ୍ର ଧର ବିଡ଼ିକା,ସାଧାରଣ ସମ୍ପାଦକ ପୃଥିବୀ ରାଜ, ରାୟଗଡ ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା ଭେଙ୍କଟେଶ୍ୱର ରାଓ ( କୋଣ୍ଡା ବାବୁ),ସୁମନ୍ତ ମହାରଣା,ବିଜେପି ନେତା କେ ସି ପଟ୍ଟନାୟକ, ଲକ୍ଷ୍ମୀ ମୋହନ ପଟ୍ଟନାୟକ ଙ୍କୁ ସମତେ ଅନ୍ୟ ନେତୃବୃନ୍ଦ ପ୍ରମୁଖ ଜ଼ିଲ୍ଲା ପ୍ରଭାରୀ ଙ୍କୁସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି କାର୍ଯ୍ୟକ୍ରମ ର ସମାପ୍ତି ପରେ ଜ଼ିଲ୍ଲା ପ୍ରଭାରୀ ସ୍ଥାନୀୟ ପ୍ରଦକ୍ଷଣ ଗୃହ ରେ ବିଜେପି ର ସଂଗଠନ ନେଇ କୋଣ୍ଡା ବାବୁ ଓ ଅନ୍ୟ ବିଜେପି ର ପଦାଧିକାରୀ ଙ୍କୁ ସହିତ ଆଲୋଚନା କରିଥିଲେ l ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ କୁ ଜନସାଧାରଣ ଙ୍କୁ ପାଖରେ କିପରି ପହଂଚିବ ସେଥିପାଇଁ ଦୃଷ୍ଟି ଦେବାକୁ କର୍ମୀ ଙ୍କୁ ପରାମର୍ଶ ଦେଇଥିଲେ l ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ରେ କିପରି ବିଜେପି ର ପ୍ରାର୍ଥୀ ମାନେ ବିଜୟ ହେବେ ସେଥିପାଇଁ କାମ କରିବାକୁ କହିଥିଲେ l ଆଗାମୀ ପୌର ନିର୍ବାଚନ ରେ ଯେପରି ଭାବେ ରାୟଗଡ ପୌର ପରିଷଦ ବିଜେପି ର ବିଜୟ ହେବ ସେଥିପାଇଁ କୋଣ୍ଡା ବାବୁ ଙ୍କୁ ସହିତ ବିସ୍ତୃତ ଆଲୋଚନା କରିଥିବା ର ଖବର ମିଳିଛି l ବିଜେପି କୁ ମଜବୁତ କରିବା ମୋର ଲକ୍ଷ୍ୟ ବୋଲି ଜ଼ିଲ୍ଲା ପ୍ରଭାରୀ କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ