ବିଶ୍ୱକର୍ମା ପୂଜା ଅବସରରେ ନିଷ୍ଠା ପରିବାର ତରଫ ରୁ ଦୁଇଟି ରକ୍ତ ଦାନ ଶିବିର ରୁ ୫୨ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ବରଗଡ ୧୭, ୯(ଭବାନୀ ଶଙ୍କର ପାଢ଼ୀ) ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଁଗଡ଼ ଠାରେ ସ୍ଥିତ ସାହୁ ବ୍ରିକ୍ସ ଠାରେ ଆର୍ଟ ଅଫ ଲିଭିଙ୍ଗ ପରିବାର ବରଗଡ଼ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସାହୁ ବ୍ରିକ୍ସ ର ମାଲିକ ବଟକୃଷ୍ଣ ସାହୁ ଓ ତାଙ୍କ ଧର୍ମ ପତ୍ନୀ ତପସ୍ୱିନୀ ସାହୁ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିବା ସହ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ନିଜ ଇଣ୍ଡଷ୍ଟ୍ରି ରେ ପ୍ରତ୍ୟେକ ବର୍ଷ ରକ୍ତ ଦାନ ଶିବିର କରି ଏକ ନିଆରା ପରମ୍ପରା ସୃଷ୍ଠି କରିଛନ୍ତି ସାହୁ ପରିବାର।ଶିବିର ରୁ ସର୍ବମୋଟ ୩୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଏହି ଶିବିର କୁ ନିଷ୍ଠା ପରିବାର ର ଉପ ସଭାପତି କ୍ଷିରୋଦ୍ର ସାହୁ, ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ଠିକ୍ ସେହିପରି ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସିମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଶ୍ଵ କର୍ମା ନଗର ଠାରେ ବିଶ୍ୱକର୍ମା ପୂଜା ଅବସରରେ ବିଶ୍ୱକର୍ମା ନଗର ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରେଣ୍ୟ ଅତିଥି ଭାବରେ ଗାଇସିମା ସରପଞ୍ଚ ଶ୍ରୀ ଧିରେନ ମହାପାତ୍ର ଓ ବିଶ୍ଵ କର୍ମା ନଗର ବାସିନ୍ଦା ଝସ କେତନ ମହାପାତ୍ର ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୨୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଉଭୟ ଶିବିର ରୁ ସର୍ବମୋଟ ୫୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିର କୁ ନିଷ୍ଠା ପରିବାର ର ଉପଦେଷ୍ଟା ରକ୍ଷ୍ୟପାଲ ସାହୁ ଙ୍କ ସହ ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
ବିଶ୍ୱକର୍ମା ପୂଜା ଅବସରରେ ନିଷ୍ଠା ପରିବାର ତରଫ ରୁ ଦୁଇଟି ରକ୍ତ ଦାନ ଶିବିର ରୁ ୫୨ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
