କେରଳରେ ଇତିହାସ ସୃଷ୍ଟି, ଥାନ୍ୟା ନାଥନ ସି ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି

କେରଳରେ ଇତିହାସ ସୃଷ୍ଟି, ଥାନ୍ୟା ନାଥନ ସି ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି

କେରଳରେ ଇତିହାସ ସୃଷ୍ଟି, ଥାନ୍ୟା ନାଥନ ସି ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି

ତିରୁଅନନ୍ତପୁରମ: କେରଳର କନ୍ନୁରର ୨୪ ବର୍ଷୀୟା ମହିଳା ଆଇନଜୀବୀ ଥାନ୍ୟା ନାଥନ ସି ରାଜ୍ୟ ଏବଂ ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଜଣେ ଆଇନଜୀବୀ ଭାବେ ବର୍ଷେକ ଅଭ୍ୟାସ କରୁଥିବା ସମୟରେ ସେ କେରଳ ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାଜ୍ୟର ପ୍ରଥମ ଦୃଷ୍ଟିହୀନ ନ୍ୟାୟିକ ଅଧିକାରୀ ହୋଇଛନ୍ତି। ପ୍ରଥମ ଥର ପରୀକ୍ଷା ଦେଇ ସେ ଭିନ୍ନକ୍ଷମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଗତବର୍ଷ ସୁପ୍ରିମକୋର୍ଟ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ନ୍ୟାୟିକ ଅଧିକାରୀ ପଦରୁ ବଞ୍ଚିତ କରାଯିବା ଉଚିତ୍‌ ନୁହେଁ ବୋଲି ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶ ପରେ ଥାନ୍ୟାଙ୍କ ଚୟନ ପାଇଁ ପଥ ପ୍ରଶସ୍ତ ହୋଇଥିଲା। କୋର୍ଟରେ ସ୍କ୍ରିନ୍‌ ରିଡର ଓ ଡିକ୍ଟେସନ ଆପ୍‌ ତାଙ୍କ କାମକୁ ସହଜ କରୁଛି। ଇ-କୋର୍ଟ ବ୍ୟବସ୍ଥା ଆଗକୁ ବଢିଲେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ କୋର୍ଟରୁମ ଅଧିକ ସୁଗମ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ଥାନ୍ୟା ଜଣେ ଏନ୍‌ଆର୍‌ଆଇ ଜଗନ୍ନାଥ ଓ ଗୃହିଣୀ ବବିତାଙ୍କ ଝିଅ। ତାଙ୍କ ଭଉଣୀ ତାରା ବିଦେଶରେ ପଢୁଛନ୍ତି। ସେ କନ୍ନୁରରେ ଶିକ୍ଷା ଗ୍ରହଣ କରିଥିଲେ। ଏହାପୂର୍ବରୁ ୨୦୧୩ ମସିହାରେ ରାଜସ୍ଥାନର ବ୍ରହ୍ମାନନ୍ଦ ଶର୍ମା ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ବିଚାରପତି ହୋଇଥିଲେ।