ଚାଷୀ ମାରଣା ନୀତି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ବିଜେଡି ର ବିକ୍ଷୋଭ ଓ ରାଜ୍ୟପାଳ ଙ୍କୁ ଉଦେଶ୍ୟ ରେ ସ୍ମାରକପତ୍ର ପ୍ରଦାନ
ରାୟଗଡ(Info media)– ରାୟଗଡାରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି । ସରକାରଙ୍କ ଚାଷୀମାରଣ ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପ୍ରତିଶୃତି ଖିଲାପୀ ଦର୍ଶାଇ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସଭାପତିତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ବସଷ୍ଟାଣ୍ଡ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଶହ ଶହ ବିଜେଜି କର୍ମୀ ସରକାରଙ୍କ ବିରୁଦ୍ଧରେ ନାରାବାଜି କରି ସହର ପରିକ୍ରମା କରି ଜିଲ୍ଲାପାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲାର ୧୧ଗୋଟି ବ୍ଲକର ଶହ ଶହ କର୍ମୀ ସାମିଲ ହୋଇ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ କରିଥିଲେ । ବିଶେଷ କରି ମଣ୍ଡି ସମସ୍ୟାକୁ ମୁଖ୍ୟ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ବିଜେପି ସରକାରଙ୍କ ଶାସନରେ ଚାଷୀ ଖୁସି ନଥିବା କହି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସାରକା । ନାରୀ ସୁରକ୍ଷା ଦେବା ଦିଗରେ ମଧ୍ୟ ସରକାର ଅସଫଳ ହୋଇଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଜିଲ୍ଲା ମହିଳା ନେତ୍ରୀ ଅନୁସୟା ମାଝି ।
ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ମାନ୍ୟବର ରାଜ୍ୟପାଳଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ମାରକପତ୍ର ପ୍ରଦାନ ସମୟରେ ଗଜପତି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବିଜେଡି କାର୍ଯ୍ୟକାରୀ ସଭାପତି ପି.ଗୌରୀ ଶଙ୍କର, ଜିଲ୍ଲା ପରଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ରାଜ୍ୟ ସଂପାଦକ ସୁଧୀର ଦାଶ, ପୂର୍ବତନ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଜିଲ୍ଲା ସଭାନେତ୍ରୀ ଅନୁସୟା ମାଝି, ବରିଷ୍ଠ ନେତା ଜଗଦିଶ ପାତ୍ର, ରାୟଗଡ ପୌରପରିଷଦର ଉପାଧ୍ୟକ୍ଷ ଶୁଭ୍ର ପଣ୍ଡା, ଜ଼ିଲ୍ଲା ବିଜେଡି ଉପସଭାପତି ଇପିଲି ଧବଳେଶ୍ୱର ନାଇଡ଼ୁ, ଗୋଦାବରୀ ରାଉତ, ବ୍ଲକ ସଭାପତି ରତ୍ନ ଲାଲ ଜୈନ, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ବ୍ଲକ ସଭାପତି ବାତ୍ରୀ ମଣ୍ଡାଙ୍ଗୀ, ସନ୍ତୋଷ ସୁନା, ସନ୍ତୋଷ ରଥ,, ନଗର ସଭାପତି ସାରଥି ପଟ୍ଟନାୟକ, ଯୁବ ବିଜୁଜନତା ଦଳ ମୋର୍ଚ୍ଚା ରାଜ୍ୟ ସଂପାଦକ ଦେବାଶିଷ ଖାଡଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ
