ରାୟଗଡ ବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲଜୀଙ୍କ ବଳିଦାନ ଦିବସକୁ ସମର୍ପଣ ଦିବସ ଭାବେ ପାଳନ
ରାୟଗଡ(info media)ରାୟଗଡ ଜ଼ିଲ୍ଲା ବିଜେପି ଜିଲ୍ଲା ପକ୍ଷରୁ ଭାରତୀୟ ଜନସଂଘର ପ୍ରଖର ରାଷ୍ଟ୍ରୀୟ ନେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥିକୁ ବଳିଦାନ ଦିବସ ତଥା ସମର୍ପଣ ଦିବସ ରୂପେ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେରାୟଗଡ଼ ବିଜେପି ଜିଲ୍ଲା ସଂଗଠନ ପ୍ରଭାରୀ କୋଡୁରୁ ନାରାୟଣ ରାଓ ଯୋଗ ଦେଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି, ଉପ ସଭାପତି,ସାଧାରଣ ସମ୍ପାଦକ, ରାୟଗଡବିଜେପି ର ବରିଷ୍ଠ ନେତା କୋଣ୍ଡା ବାବୁ, ବିଜେପି ର ଅନ୍ୟତମ ନେତା ହସମୁଖ ହସୁଭାଇ, ଉପସଭାପତି ଚକ୍ର ଧର ବିଡ଼ିକା, ୟୁବ ନେତା କୋଣ୍ଡାବାତୁଲୁ ଶ୍ରୀନିବାସ ଙ୍କୁ ସମତେ ଅନ୍ୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।ଉପସ୍ଥିତ ସମସ୍ତ ନେତୃବୃନ୍ଦ ପଣ୍ଡିତ ଦୀନଦୟାଲଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ବୃନ୍ଦ ଦୀନଦୟାଲଜୀଙ୍କ ବାଲ୍ୟକାଳର ଦୁଃଖଦ ଘଟଣାବଳୀ ସହିତ ତାଙ୍କର ସଂଘର୍ଷମୟ ଜୀବନୀ, ଆର୍ଥିକ ଅନାଟନ ରାଜନୈତିକ ଓ ରାଷ୍ଟ୍ରୀୟତା ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ସେ ତାଙ୍କର କର୍ମମୟ ଜୀବନ ରାଷ୍ଟ୍ରୀୟ ସ୍ଵଂୟ ସଂଘରୁ ଆରମ୍ଭକରି, ଭାରତୀୟ ଜନସଂଘର ସଭାପତି ପଦ ପର୍ଯ୍ୟନ୍ତ ଅଳଙ୍କୃତ କରିଥିଲେ । ଏକାତ୍ମ ମାନବବାଦର ପ୍ରଣେତା ଓ ଅନ୍ତ୍ୟୋଦୟର ପ୍ରବର୍ତ୍ତକ ଥିଲେ ପଣ୍ଡିତ ଦିନଦୟାଲ। ଏକାତ୍ମ ମାନବବାଦ ଦର୍ଶନରେ ବ୍ୟକ୍ତି, ସମାଜ, ରାଷ୍ଟ୍ର, ସୃଷ୍ଟି ଓ ପରମେଷ୍ଟିଙ୍କର ଏକ ସାମଗ୍ରିକ ରୁପକଳ୍ପ ପ୍ରସ୍ତୁତ କରିଥିଲେ । ଏହା ରୂପକ ଜୀବନ ଦର୍ଶନ ସ୍ଥିରତା, ଶାନ୍ତି ଓ ନିଶ୍ଚିତ ସଫଳତା ଆଣି ଦେଇଛି । ସେ ଦେଶର ଅର୍ଥାଗମ୍ ନିମନ୍ତେ କୃଷି, ଶିଳ୍ପ, ବାଣିଜ୍ୟ ଏବଂ ସେବା ଉପରେ ଗୁରୁତ୍ଵ ଦେଇଥିଲେ । ତାଙ୍କର ଅନ୍ତ୍ୟୋଦୟ ଯୋଜନାକୁ ତଳସ୍ତରରେ ପହଞ୍ଚାଇବା ସହିତ ୩୭୦ ଧାରାକୁ ଉଚ୍ଛେଦ କରିବା ଥିଲା ତାଙ୍କର ରାଷ୍ଟ୍ରୀୟତା ଚିନ୍ତାଧାରା ଯାହାକୁ ଯସ୍ୱଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟରେ ପରିଣତ କରିଛନ୍ତି ।
ରାୟଗଡ ଜ଼ିଲ୍ଲା ବିଜେପି ପ୍ରଭାରୀ ଦୀନଦୟାଲ ଜୀଙ୍କ ସ୍ମୃତି ଚାରଣ କରିବା ସହିତ ଦେଶ ପ୍ରତି ତାଙ୍କର ବଳିଦାନ ଉପରେ ଆଲୋକପାତ କରିଥିଲେ। ଆଜି ଆମେ ତାଙ୍କର ପଦାଙ୍କ ଅନୁସରଣ କରିବା ସହିତ ଦେଶ ପାଇଁ ନିଜର ତନ୍ ମନ୍ ଧନ ଦେଇ ସମର୍ପଣ କରିବାକୁ ଆହ୍ୱାନ ଦେଇଥିଲେ । ପରେ ଜ଼ିଲ୍ଲା ପ୍ରଭାରୀ କୋଣ୍ଡା ବାବୁ ଙ୍କୁ ସହିତ ଦଳୀୟ ସଂଗଠନ କୁ ମଜବୁତ କରିବା ପାଇଁ ଆଲୋଚନା କରୁଥିବାର ଖବର ମିଳିଛି l ଜ଼ିଲ୍ଲା ପ୍ରଭାରୀ କହିଛନ୍ତି ଯେ ରାୟଗଡ ଜ଼ିଲ୍ଲା ରେ ବିଜେପି କୁ ମଜବୁତ କରିବା ପାଇଁ ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି ସେଥିପାଇଁ ମୁଁ ଦଳ ର ସମସ୍ତ କର୍ମୀ ନେତା ଙ୍କୁ ନେଇ ଚାଲିବି ବୋଲି କହିଛନ୍ତି l ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ
