କୋଟିଆ ରେ ଆନ୍ଧ୍ର ସରକାର ଙ୍କ ପ୍ରଭବ ବଡୁଛି କିନ୍ତୁ ଓଡିଶା ସରକାର ଚିର ନିଦ୍ରା ରେ ସୋଇଛି

କୋଟିଆ ରେ ଆନ୍ଧ୍ର ସରକାର ଙ୍କ ପ୍ରଭବ ବଡୁଛି କିନ୍ତୁ ଓଡିଶା ସରକାର ଚିର ନିଦ୍ରା ରେ ସୋଇଛି

କୋଟିଆ ରେ ଆନ୍ଧ୍ର ସରକାର ଙ୍କ ପ୍ରଭବ ବଡୁଛି କିନ୍ତୁ ଓଡିଶା ସରକାର ଚିର ନିଦ୍ରା ରେ ସୋଇଛି

ରାୟଗଡା ( info media) କୋଟିଆରେ ଆନ୍ଧ୍ରର ସରକାର ଙ୍କ ପ୍ରଭାବ ବଢୁଛି, ଓଡ଼ିଶା ସରକାର କେଉଁଠି ଅଛ ନା ଚିର ନିଦ୍ରା ରେ ସୋଇଛି ବୋଲି ରାୟଗଡ ବିଧାୟକ ଆପାଲସ୍ୱାମୀ କୋଟିଆ ଗସ୍ତ କରି ଫେରିବା ପରେ କହିଛନ୍ତି lକୋଟିଆ କେବଳ ଏକ ସୀମାନ୍ତ ଅଞ୍ଚଳ ନୁହେଁ, ଏହା ଓଡ଼ିଶାର ଅଧିକାର, ଅସ୍ମିତା ଓ ଭବିଷ୍ୟତ ସହ ଜଡ଼ିତ ଏକସମ୍ବେଦନଶୀଳ ଅଞ୍ଚଳ। କିନ୍ତୁ ଆଜି ଯେଉଁଠି ଓଡ଼ିଶା ସରକାରଙ୍କ ଉପସ୍ଥିତି ଦୃଢ଼ ହେବା କଥା, ସେଠାରେ ଆନ୍ଧ୍ର ସରକାର ମାଗଣା ଯୋଜନା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, କୃଷକ ସହାୟତା ଓ ରାସ୍ତା ନିର୍ମାଣ ଭଳି କାର୍ଯ୍ୟ ମାଧ୍ୟମରେ ନିଜ ପ୍ରଭାବ ବଢ଼ାଉଛି। କୋଟିଆରେ ଆନ୍ଧ୍ର ପକ୍ଷରୁ ତେଲୁଗୁ ଶିକ୍ଷା, ଆମ୍ମା ଭଡ଼ି ଓ ରୀଠୁ ଭରୋସା ଭଳି ଯୋଜନାର ଲାଭ ପହଞ୍ଚୁଥିବା ଅଭିଯୋଗ ରହିଛି। ପାନୀୟ ଜଳ ଯୋଗାଣ ଠାରୁ ଆରମ୍ଭ କରି ଡାଣ୍ଡିଗାଁ–ନେରେଡିବାଲସାକୁ ସଂଯୋଗ କରୁଥିବା ୫.୫ କିମି ରାସ୍ତା ନିର୍ମାଣ ପର୍ଯ୍ୟନ୍ତ ଆନ୍ଧ୍ର ନିଜ ଉପସ୍ଥିତି ଜଣାଇବାରେ ସକ୍ରିୟ। କୋଟିଆରେ ରାଜ୍ୟ କଂଗ୍ରେସ ଲୋକଙ୍କ ସମ୍ମୁଖରେ ଅଞ୍ଚଳର ବାସ୍ତବ ସ୍ଥିତିକୁ ଉପସ୍ଥାପନ କରିବା ସହ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓ ଅବହେଳାକୁ ପଦାରେ ପକାଇଛି। ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ମାନ୍ୟବର ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲାକା, ରାଜ୍ୟ ମହିଳା ନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି, ପଟାଙ୍ଗି ମାନ୍ୟବର ବିଧାୟକ ଶ୍ରୀ ରାମଚନ୍ଦ୍ର କାଡାମ, ରାୟଗଡ ବିଧାୟକ ଆପାଳସ୍ଵାମୀ କାଡ୍ରକା,ଜୟପୁର ମାନ୍ୟବର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ମାନ୍ୟବର ବିଧାୟକ ପବିତ୍ର ସାଉନ୍ତା, ବିଷମକଟକ ମାନ୍ୟବର ବିଧାୟକ ନୀଳମାଧବ ହିକକାଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ କୋଟିଆ ଗସ୍ତ ରେ ଯାଇ କୋଟିଆର ଭବିଷ୍ୟତକୁ ନେଇ ଏକ ଗୁରୁତର ପ୍ରଶ୍ନ ଉଠାଇଛନ୍ତି l ଯଦି ବୃଦ୍ଧାବସ୍ଥା ପେନସନ୍ ଓ ଅନ୍ୟାନ୍ୟ କଲ୍ୟାଣ ଭତ୍ତା ମାସ ମାସ ଧରି ବକେୟା ରହେ, ଅଙ୍ଗନବାଡ଼ିରେ ରନ୍ଧା ଖାଦ୍ୟ ବ୍ୟବସ୍ଥା ବକେୟା ହୁଏ, ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ହଷ୍ଟେଲ୍ ଓ ଶିକ୍ଷା ସୁବିଧା ଅଭାବ ରହେ ତେବେ କେବଳ ସୀମାରେ ପୋଲିସ ମୁତୟନ କରି କୋଟିଆକୁ ସୁରକ୍ଷିତ ରଖିହେବ କି। କୋଟିଆକୁ ବଞ୍ଚାଇବା ପାଇଁ ଦାବି ନୁହେଁ, ଦୃଢ଼ ପ୍ରଶାସନିକ ଉପସ୍ଥିତି ଆବଶ୍ୟକ। ରାଜ୍ୟ କଂଗ୍ରେସର ନେତୃତ୍ୱରେ କୋଟିଆର ବାସ୍ତବ ସ୍ଥିତି ଓ ସରକାରଙ୍କ ନିଷ୍କ୍ରିୟତା ନେଇ ଯେଉଁ ପ୍ରଶ୍ନ ଉଠିଛି, ତାହାର ଉତ୍ତର ଓଡ଼ିଶା ସରକାରଙ୍କୁ ଦେବାକୁ ପଡ଼ିବ। କୋଟିଆର ଲୋକଙ୍କୁ ଭାଷଣ ନୁହେଁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ରାସ୍ତା, ପାଣି ଓ ସମୟୋଚିତ କଲ୍ୟାଣ ଯୋଜନା ଦରକାର। କୋଟିଆକୁ ନେଇ ରାଜନୀତି ନୁହେଁ, ଦାୟିତ୍ୱ ନେଉ ଓଡ଼ିଶା ସରକାରନେଉ ବୋଲି କଂଗ୍ରେସ ପ୍ରତିନିଧି ମଣ୍ଡଳୀ କାହାଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ