ଲରମ୍ଭା କଲେଜରେ ମହିଳା ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ :
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକସ୍ଥିତ ଲରମ୍ଭାକଲେଜ ଠାରେ ମହିଳା ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଅଛି | କଲେଜ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଦିବସରେ ସଂଯୋଜିକା ପାୟଲ ସାହୁ, ଅଧ୍ୟାପକ ସିଦ୍ଧେଶ୍ୱର ପଧାନ, ଅଧ୍ୟାପିକା କାଦମ୍ବିନୀ ଗୁରୁ, ସୁଭଦ୍ରା କୁମାରୀ ସାହୁ, ବଡବାବୁ ପ୍ରମୋଦ ଚନ୍ଦ୍ର ସେଟ ଯୋଗଦେଇଥିଲେ | ଚଳିତ ବର୍ଷ ଯୁକ୍ତତିନି ପ୍ରଥମ ବର୍ଷର ୨୧୪ ଜଣ ଛାତ୍ରୀ ଭାଗ ନେଇ ଥିଲେ | ତାଲିମ୍ ଶିବିରଟି କଲେଜ ଖେଳ ପଡିଆରେ ଜାନୁୟାରୀ ୨୪ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୩ ତାରିଖରେ ସମାପନ ହୋଇଥିଲା | ମଙ୍ଗଳବାର ଉଦଯାପନୀ ଦିବସରେ ଛାତ୍ରୀ ମାନଂକୁ ଅଂଶୀଦାର ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା | ତାଲିମଦାତ୍ରୀ ଭାବରେ ସୁଜାତା ଭୂଏ ଯୋଗଦାନ କରିଥିଲେ | ଏଥିରେ କଲେଜର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ |
