ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ରମେଶ ଚନ୍ଦ୍ର ପଣ୍ଡା ମନୋନୀତ ହୋଇଛନ୍ତି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ଓଡିଶା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ମନୋନୀତ କରିଥିବାରୁ ଶ୍ରୀ ଦାସ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି, ଏହାସହିତ ବରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ସନ୍ତୋଷ ସିଂହ ସାଲୁଜା, ବରଗଡ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ହରଦୀପ୍ ସିଂ, ଅତାବିରା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଅଭିଶେକ ସେଠ ଓ ଅନ୍ୟାନ୍ୟ କଂଗ୍ରେସ ପଦାଧିକାରୀ, କଂଗ୍ରେସ କର୍ମୀ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ପଣ୍ଡା ୧୯୯୫ ଭେଡେନ ବ୍ଲକ ଯୁବ କଂଗ୍ରେସ ସଭାପତି ଭାବେ ଯୋଗ ଦେଇଥିଲେ, ସେହି ସମୟରେ ଯୁବଗୋଷ୍ଠୀ କୁ ସଂଗଠିତ ସାଂଗଠନିକ ଦକ୍ଷତା ପ୍ରତିପାଦନ କରିଥିଲେ। ବରଗଡ ଜିଲ୍ଲା କଂଗ୍ରେସ କମିଟି ର ବିଭିନ୍ନ ପଦପଦବୀ ରହି ସୁପରିଚାଳନା କରିଆସିଥିଲେ। ଆଗରୁ ଭେଡେନ କଂଗ୍ରେସ କମିଟି ର ସଭାପତି ଦାଇତ୍ବ ସୁଚାରୁ ରୂପେ ତୁଲାଇଥିଲେ ଓ ବର୍ତ୍ତମାନ ପୁଣି ଥରେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ଦାଇତ୍ବ ମିଳିଥିବାରୁ ଭେଡେନ ବ୍ଲକ ସମସ୍ତ କଂଗ୍ରେସ କର୍ମୀ ମାନଙ୍କୁ ନେଇ ତୃଣମୂଳ ସ୍ତରର ସଂଗଠନ ବ୍ୟାପକ କରାଯିବ, ଓ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଅବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।
