ଭାରତୀୟ ରେଳ ବୈଦୁତିକ କରଣ ୧୦୦ବର୍ଷ ପୂର୍ତ୍ତି।
ରାୟଗଡ଼ – ଭାରତୀୟ ରେଳର ୧୦୦ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ରେଳ ଷ୍ଟେସନ ଠାରେ ଏକ ପ୍ରଭାତ ଫେରି ପଦଯାତ୍ରା ଷ୍ଟେସନ ନିକଟରୁ ବାହାରିଥିଲା ଷ୍ଟେସନ ରାଜ ରାସ୍ତା ଦେଇ ପୁଣିଥରେ ଷ୍ଟେସନରେ ଆସି ପହଁଚିଥିଲା। ଉକ୍ତ ପଦଯାତ୍ରା ରେ ରାୟଗଡ଼ ରେଳ ଡ଼ିଭିଜନ ଡି.ଆର୍.ଏମ ଶ୍ରୀଯୁକ୍ତ ଅମିତାଭ ସିଂଘଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରେଳ ବୈଦୁତିକରଣ ୧୦୦ବର୍ଷ ପୂର୍ତ୍ତି ଅବସର ପାଳନର ସଭାଗ୍ୟ ମିଳିଛି। ଏହି ସୁଯୋଗ ମିଳିଥିବା ଯୋଗୁଁ ଭଗବାନ୍ ଙ୍କୁ ଧନ୍ୟବାଦ୍ ଦେବା ସହ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ଶ୍ରୀଯୁକ୍ତ ସିଂଘଲ କହିଛନ୍ତି ଫେବୃୟାରୀ ୩ତାରିଖ ୧୯୨୫ମସିହାରେ ପ୍ରଥମ ଇଲେକ୍ଟ୍ରି ଟ୍ରେନ ଆରମ୍ଭ ହୋଇଥିଲା ଛତ୍ରପତି ଶିବାଜି ଟରମିନସ ଠାରୁ। ବର୍ତ୍ତମାନ୍ ଭାରତିୟ ରେଳର ୯୭ଭାଗ ବୈଦୁତିକରଣ ହୋଇ ସାରିଥିବା ବେଳେ, ଆଉ ତିନିଭାଗ କାର୍ଯ୍ୟ ଅତିଶିଘ୍ର ତ୍ଵରାନିତ କରାଯାଇ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ବୈଦୁତିକରଣ ହୋଇଯିବ। ରାୟଗଡ଼ ରେଳ ଡ଼ିଭିଜନରେ ଆହୁରି ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ହେବ। ଏହି ଉନ୍ନତି କାର୍ଯ୍ୟରେ ଆମେ ଯେପରି ସମ୍ପୂର୍ଣ୍ଣ ସହଯୋଗ କରିବା ତତ୍ପରତା ଦେଖାଇବା ନିମନ୍ତେ ମୁଁ ଏବଂ ମୋ କର୍ମଚାରୀ ସେବା ମନବୃତି ରଖିଛନ୍ତି। ଭାରତୀୟ ରେଳ ସମ୍ପୂର୍ଣ୍ଣ ବୈଦୁତିକରଣ ହେବା ଦ୍ୱାରା ଗନ୍ତବ୍ୟ ସ୍ଥଳରେ ଶିଘ୍ର ପହଞ୍ଚିବାରେ ସହାୟକ ହେବ। ଏବଂ ବାୟୁ ମଣ୍ଡଳରେ କାର୍ବନ ଡାଇଅକ୍ସାଇଡ ପରିମାଣ କମିବ। ଶବ୍ଦ ପ୍ରଦୂଷଣକୁ ରୋକାଯାଇ ପାରିବ। କିଛି ଦିନ ମଧ୍ୟରେ ରାୟଗଡ଼ ଷ୍ଟେସନରେ ସୋଲାର ପ୍ୟାନେଲ ଗୁଡ଼ିକ ଲଗାଯିବ ବୋଲି କହିଛନ୍ତି। ପ୍ରଭାତଫେରି ମାଧ୍ଯମରେ ଲୋକେ ଆଜିର ଦିନକୁ ଯେପରି ମନେ ରଖିବେ ସେହି ଉଦ୍ଦେଶ୍ୟ ନେଇ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ଏହି ପଦଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ କୁମାର (ଡି ଇ ) ଟି ଆର ଡି ରାୟଗଡ଼, ରାଜେନ୍ଦ୍ର କୁମାର୍ (ଏ ଡି ଇ ଏନ ), କଟେଶ୍ୱର୍ ରାଓ (ଇ ଏ ଏସ ଟି ଇ ) , ଚିଫ ବୁକିଙ୍ଗ ସୁପରଭାଇଜର- ଅଶୋକ କୁମାର୍ ପାଢ଼ୀ, ମନୋଜ କୁମାର୍(ଆଇ ଓ ଡବ୍ଲୁ ), ଶ୍ରୀନିବାସ ରାଓ, (ଅଫିସ୍ କମାଣ୍ଡଣ୍ଟ ଆର ପି ଏଫ ), ଷ୍ଟେସନ ମ୍ୟାନେଜର ପରମାନନ୍ଦ ପିଡିକାକ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ