ଯୁବ ରେଡକ୍ରସର ରକ୍ତଦାନ ଶିବିର ୪୨ୟୁନିଟ ରକ୍ତ ସଂଗ୍ରହ।

ଯୁବ ରେଡକ୍ରସର ରକ୍ତଦାନ ଶିବିର ୪୨ୟୁନିଟ ରକ୍ତ ସଂଗ୍ରହ।

ଯୁବ ରେଡକ୍ରସର ରକ୍ତଦାନ ଶିବିର ୪୨ୟୁନିଟ ରକ୍ତ ସଂଗ୍ରହ।

ସେମିଳିଗୁଡା.ତାରିଖ ୭,୨,୨୦୨୬,ସେମିଳିଗୁଡା ମହାବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ବିଶିଷ୍ଟ ଗାନ୍ଧୀବାଦୀ ସୁବାରାଓ ଭାଇଜୀଙ୍କ ୯୭ତମ ଜନ୍ମ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇ ଥିଲା। ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ କୃଷ୍ଣ ସିଂ ଏହାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଝାନସୀ ସିଂ,ପୂର୍ବତନ ଅଧ୍ୟକ୍ଷ ନୀଳାଞ୍ଚଳ ଆଚାର୍ଯ୍ଯ, ଉମାଶଙ୍କର ପାତ୍ର,ଓଡିଶା ରକ୍ତଦାତା ସଂଘର କୋରାପୁଟ ଚାପଟର ସାଧାରଣ ସଂପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ,ଅଲେଖ ଚନ୍ଦ୍ର ଦାସ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉସ୍ଚାହିତ କରିଥିଲେ। ଯୁବ ରେଡକ୍ରସ ଅଧିକାରୀ ଶିବାଶିଷ ପଟ୍ଟନାୟକ ଶିବିର ପରିଚାଳନା କରିଥିଲେ।ସମୁଦାୟ ୪୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ୨୦୨କୋବ୍ରା ବାଟାଲିୟନର ଜବାନମାନେ,ଛାତ୍ରଛାତ୍ରୀ,ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଅନ୍ୟମାନେ ରକ୍ତଦାନ କରିଥିଲେ। କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର କର୍ମଚାରୀବୃନ୍ଦ ଦେବବ୍ରତ ଦାସ, ଅଜିତ ଗୌଡ, ଗୀତା,ରବୀନ୍ଦ୍ର ମିଶ୍ର ରକ୍ତ ସଂଗ୍ରହ କରିଥିଲେ। ମହାବିଦ୍ୟାଳୟର କର୍ମଚାରୀବୃନ୍ଦ ସହଯୋଗ କରିଥିଲେ।