ସରସ୍ଵତୀ ବିଦ୍ୟାମନ୍ଦିରରେ ଗ୍ରୀନ ଅଡିଟ କାର୍ଯକ୍ରମ ଅନୁଷ୍ଠିତ
ଦାମନଯୋଡ଼ି :- ତା ୦୭.୨.୨୦୨୬ ରିଖ ନାଲକୋ ଶିଳ୍ପାଞ୍ଚଳସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପ୍ରେକ୍ଷ୍।ଳୟରେ ଗ୍ରୀନ ଅଡିଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ବିଦ୍ୟା ମନ୍ଦିରର ସମ୍ପାଦକ ଡ଼ଃ ଚିତରଞ୍ଜନ ମିଶ୍ର ଓ ଅଧକ୍ଷ ଡ଼. ଶୁଭ୍ରାଂଶୁ ଶେଖର ବାହିନୀପତିଙ୍କ ପୌରହିତ୍ୟରେ ଆୟୋଜିତ ଏକ ଆଲୋଚନlଚକ୍ରରେ ମୁଖ୍ୟଅତିଥି ଭବେ ବିଶିଷ୍ଟ ଶିକ୍ଷlବିତ୍, ପରିବେଶବିତ୍ ତଥା ଖଲିକୋଟ ଏକକ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହlନ୍ତି ଓ ଅନ୍ୟତମ ଅତିଥି ତଥାସାଧନ କର୍ମୀ ଟ୍ରଷ୍ଟର ପ୍ରତିଷ୍ଠାତା ନିହାର ରଞ୍ଜନ ଆଚାର୍ଯ୍ୟ ଯୋଗ ଦେଇ ପରିବେଶ ଅବକ୍ଷୟର କାରଣ, ନିରାକରଣ ଓ ସାଂପ୍ରତିକ ପରିସ୍ଥିତିରେ ଆମର କର୍ତ୍ତବ୍ୟ ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇଥିଲେ। ଶ୍ରୀ ଆଚାର୍ଯ୍ୟ ପ୍ରତ୍ୟେକ ଅନୁଷ୍ଠାନ ଗ୍ରୀନ ଅଡିଟ ସାର୍ଟିଫିକେଟ ବାଦ୍ଧତା ମୂଳକ ବୋଲି ପ୍ରକାଶ କରିବା ଅବସରରେ ବିଦ୍ୟା ମନ୍ଦିରର ସବୁଜ ପରିବେଶ ତାଙ୍କୁ ବିମୋହିତ କରିବା ସହ ଏ ସ୍କୁଲ ସବୁଜ ଅଡିଟ ସାଟିଫିକେଟ ପାଇବା ପାଇଁ ଯୋଗ୍ୟ ବୋଲି ପ୍ରକାଶ କରିଥିଲେ। ପ୍ରଫେସର ଆଚାର୍ଯ୍ୟ ଜଣେ ବିଜ୍ଞାନୀ ହୋଇ ମଧ୍ୟ ମାତୃଭାଷା ଏବଂ ବିଭିନ୍ନ ପାଠ୍ୟ ବିଷୟ ଉପରେ ଓ ତାର ବ୍ୟବହାରିକ ଅର୍ଥ ଉପରେ ପୁଙ୍ଖା ନୁପୁଙ୍ଖ ଭାବରେ ବିଶ୍ଳେଷଣ କରି ବା ସହିତ ଜୀବନକୁ କିଭଳି କର୍ମ ମୟ କରି ନିଜ ଲକ୍ଷ୍ୟ ପଥରେ ପହଞ୍ଚି ହେବ ସେହି ସୂତ୍ର ଛାତ୍ର ଛାତ୍ରୀ ମାନଙ୍କୁ ଅତି ସୁନ୍ଦର ଭାବରେ ବିଭିନ୍ନ ମହାପୁରୁଷଙ୍କବାଣୀକୁ ଉଦ୍ଧାର କରି ଦିଗଦର୍ଶନପ୍ରଦାନ କରିଥିଲେ। କାର୍ଯକ୍ରମ ଆରମ୍ଭରେ ଅଧ୍ୟକ୍ଷ ଡ. ବାହିନୀପତି ସ୍ବାଗତ ଭାଷଣ ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଙ୍ଗୀତ ଶିକ୍ଷକ ବୃନ୍ଦାବନ ଖଣ୍ଡୁଆଳ ସ୍ବାଗତ ସଙ୍ଗୀତ ଗାନ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ପରିଚାଳନା ସମିତିର ସମ୍ପାଦକ ଡ଼ଃ ଚିତ୍ତରଂଜନ ମିଶ୍ରଙ୍କ ଦ୍ୱାରା ମୁଖ୍ୟ ଅତିଥି ପ୍ରଫେସର ମହାନ୍ତି ଓ ଶ୍ରୀ ଆଚାର୍ଯ୍ୟଙ୍କୁଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ଡ଼ଃ ସ୍ଵାତୀ ଚାଟାର୍ଜୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ +୨ ପ୍ରଥମ ବର୍ଷ କଳା ଓ ବିଜ୍ଞାନ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
