ଆନ୍ତଃ ଜିଲ୍ଲା ଯୁବ ବିନିମୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।

ଆନ୍ତଃ ଜିଲ୍ଲା ଯୁବ ବିନିମୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।

ଆନ୍ତଃ ଜିଲ୍ଲା ଯୁବ ବିନିମୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।

ବରଗଡ଼ – ୬,୨(ଭବାନୀ ଶଙ୍କର ପାଢ଼ୀ) ଭାରତ ସରକାରଙ୍କ ଯୁବ ଏବଂ ଖେଳ ମନ୍ତ୍ରଣାଳୟର ଅଧୀନରେ କାର୍ଯ୍ୟ କରୁଥିବା ମେରା ଯୁବ ଭାରତ ବରଗଡ ଦ୍ବାରା ପାଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଭିଡି ପ୍ଲେସ ରେ ଉଦଯାପିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଭଟଲି ବିଧାୟକ ମାନ୍ୟବର ଶ୍ରୀ ଇରାଶିସ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ମଧୁଛନ୍ଦା ସାହୁ, ବୟନିକା ନିର୍ଦ୍ଦେଶକ ସଞ୍ଜୟ ମେହେର, ତ୍ରିଲୋଚନ ଶତପଥୀ, ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ଶ୍ରୀ ମୋହନ ସାହୁ ଯୋଗଦେଇଥିଲେ , ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କମଳ ସା । ଏହି ଶିବିରର ପ୍ରତିଯୋଗୀ ମାନେ ଯୁବକ ଯୁବତୀ ମିଶି ପ୍ରାୟ ୩୭ ଜଣ ଯୋଗଦାନ କରିଥିଲା, ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାଷା,ସାହିତ୍ୟ, କଳା, ସଂସ୍କୃତି, ପରମ୍ପରା, ଇତିହାସର ଜିଲ୍ଲା ଜିଲ୍ଲା ଭିତରେ ଆଦାନ ପ୍ରଦାନର କରିବା । ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ ଯୁବଗୋଷ୍ଠୀ ଙ୍କୁ ନିଶା ନିବାରଣ ପୂର୍ବକ ଏକ ସୁନ୍ଦର ସମାଜ ଗଠନ ପାଇଁ ପ୍ରେରଣା ଦେଇଥିଲେ। ମୁଖ୍ୟବକ୍ତା ଦକ୍ଷତାର ଉପଯୋଗ କରି ସ୍ବାବଲମ୍ବୀ ହେବାପାଇଁ ଆହ୍ବାନ ଦେଇଥିଲେ। ଗଞ୍ଜାମର ପ୍ରତିଯୋଗୀ ବନ୍ଦନା ସାହୁ , କୃଷ୍ଣ ଚନ୍ଦ୍ର ଗୌଡ଼ ତାଙ୍କର ଏହି ସୁଖଦ ଅନୁଭୂତିକୁ ପ୍ରକାଶ କରିଥିଲେ, ଏବଂ ଏହା ଏକ ଶିକ୍ଷଣୀୟ ଶିବିର ଥିଲେ ବୋଲି କହିଥିଲେ, ଏହି କାର୍ଯ୍ୟକ୍ରମ ମାଧ୍ଯମରେ ଯୁବ ଗୋଷ୍ଟିଙ୍କୁ ଯଥେଷ୍ଟ ପ୍ରେରଣା ମିଳୁଛି ବୋଲି ପ୍ରକାଶ କରିଥିଲେ, ବୟନିକା ତରଫରୁ ହାତ ବୁଣା ରୁମାଲ୍ ସମସ୍ତକୁ ବଣ୍ଟନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ମେରା ଯୁବ ଭାରତର ସ୍ଵେଚ୍ଛାସେବୀ ଅନିଲ ସାହୁ, ଆଶିର୍ବାଦ ମହାପାତ୍ର ଦୁର୍ଯ୍ୟୋଧନ ପାଣ୍ଡେ ଛନ୍ଦାଚରଣ ଭୋଇ , ସଭା ଶେଷରେ ଶ୍ରୀ ତ୍ରିଲୋଚନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।