ମେଘାଳୟର ବେଆଇନ କୋଇଲା ଖଣିରେ ଭୟାବହ ବିସ୍ଫୋରଣ, ୧୬ ମୃତ୍ୟୁ
ମେଘାଳୟ: ମେଘାଳୟର ପୂର୍ବ ଜୈଣ୍ଟିଆ ପାହାଡ଼ ଜିଲ୍ଲାର ଗୋଟିଏ ଗାଁରେ ଥିବା ବେଆଇନ କୋଇଲା ଖଣିରେ ଭୟାବହ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ସମୟରେ ଖଣି ଭିତରେ କାମ କରୁଥିବା ଅନେକ ଶ୍ରମିକ ଫସି ଯାଇଥିଲେ।ପୁଲିସ୍ ତଥ୍ୟ ଅନୁସାରେ, ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି। ଅନ୍ୟାନ୍ୟ କିଛି ଶ୍ରମିକ ଏବେବି ଖଣି ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି।ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ପୁଲିସ୍ ସହ ଆପତ୍କାଳୀନ ଦଳ ପରିସ୍ଥିତି ଉପରେ ନଜର ରଖିଛନ୍ତି। ବିସ୍ଫୋରଣର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।
