ଶବରପଲ୍ଲୀ ସରକାରୀ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ।

ଶବରପଲ୍ଲୀ ସରକାରୀ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ।

ଶବରପଲ୍ଲୀ ସରକାରୀ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ।

ଗଜପତି,୪.୨(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ଶବରପଲ୍ଲୀ ସରକାରୀ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଡ଼ିଓ ଲଲିମେନ ଖରସେଲ , ସଭାପତି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା , ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ବାଳିକା ଉଚ୍ଚ ବିଦ୍ୟାଳୟ ଶୁଣ୍ଡୁରୁବା ହୋସେୟ ଦୋରା , ସମ୍ମାନିତ ଅତିଥି ଭାବେ ଶବରପଲ୍ଲୀ ସରପଞ୍ଚ ଫୁଲମତି ରଇତ , ସମିତି ସଭ୍ୟ ମାଣିକ ରଇତ, ନାଏବ ସରପଞ୍ଚ ମନୋରଞ୍ଜନ ରଇତ, ବିଦ୍ୟାଳୟ ସଭାପତି ଲକ୍ଷ୍ମୀକାନ୍ତ ଶବର, ପ୍ରଧାନ ଶିକ୍ଷକ ବୃନ୍ଦାବନ ପଣ୍ଡିତ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଧାନ ଶିକ୍ଷକ ବୃନ୍ଦାବନ ପଣ୍ଡିତ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ବିଦ୍ୟାଳୟର କୃତିତ୍ୱ ଛାତ୍ରୀ ମାନଙ୍କୁ ପ୍ରାୟ 160ଗୋଟି ପୁରସ୍କାର ସହିତ ମାନପତ୍ରପ୍ରଦାନ କରାଯାଇଥିଲା।

ମୁଖ୍ୟ ଅତିଥି ମାନେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ,ସମୟର ସଦୁପଯୋଗ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବାପା ମା ଙ୍କ କଥାମାନି ମନଧ୍ୟାନ ଦେଇ ପାଠ ପଢିବା ପାଇଁ ଉପଦେଶ ଦେଇଥିଲେ। ଏବଂ ଜୀବନରେ ସମାଜ ପାଇଁ କିଛି କରିବା ସହ ନିଜ ପରିବାର ଓ ଅଞ୍ଚଳର ନାମ ରଖିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ। ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ପାରମ୍ପରିକ ଆଦିବାସୀ ନୃତ୍ୟ ସାଙ୍ଗକୁ ଜଗନ୍ନାଥ ଭଜନର ନୃତ୍ୟରେ ଲୋକଙ୍କୁ ମୋହିତ କରି ବାନ୍ଧି ରଖିଥିଲେ l ଏହି କାର୍ଯକ୍ରମକୁ ଶିକ୍ଷକ ମାଡିଙ୍ଗି ସଂଜୀବ ରାଓ ପରିଚାଳନା କରିଥିବାବେଳେ ଆଶ୍ରମ ର ସେବକ ଦଣ୍ଡପାଣି ଗୌଡ଼ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l