ଶୁଣ୍ଢିପୁଟରେ ଶିବ ମନ୍ଦିର ପ୍ରତିଷ୍ଠା ଉସ୍ଚବ।
ସେମିଳିଗୁଡା.ତାରିଖ ୪,୨,୨୦୨୬ ସେମିଳିଗୁଡା ବ୍ଲକଅନ୍ତର୍ଗତ,ଶୁଣ୍ଢିପୁଟ ଗ୍ରାମରେ ନୂତନଭାବେ ଶ୍ରୀ ଶ୍ରୀ ବିଶ୍ବାସର ମହାଦେବ ଶିବ ମନ୍ଦିର ପ୍ରତିଷ୍ଠା ଉସ୍ଚବ ଚାରିଦିନ ବ୍ୟାପୀ କରାଯାଉଛି।ଏଥିପାଇଁ ଏକ ବିରାଟ କଳସଯାତ୍ରାର ଆୟୋଜନ କରାଯାଇ ଥିଲା।ଏହାପରେ ଅଙ୍କୁରାରୋପଣ, ଗୋପୂଜା,ସୂର୍ଯ୍ଯ ପୂଜା,ଶାଲା ସଂସ୍କାର, ମନ୍ଦିର ସ୍ନାନ,ରତ୍ନମୂଦ ,ଅଗ୍ନିସ୍ଥାପନ,ମଣ୍ଡଳ ପୂଜନ,ଦେବତା ସ୍ନାନ,ଶୟନ ବିଶ୍ରାମ ,ନ୍ୟାସ,ସିଂହାସନ ପ୍ରତିଷ୍ଠା,ହୋମ , ଅଷ୍ଟପ୍ରହର ଅଖଣ୍ଡ ନାମ ସଂକୀର୍ତ୍ତନ ଓ ମନ୍ଦିରରେ ଦେବ ପ୍ରବେଶ ଅନୁଷ୍ଠିତ ହେଉଛି।ପ୍ରତ୍ୟେକ ଦିନ ଦଶହଜାର ଉର୍ଦ୍ଧ୍ବ ଭକ୍ତ ପ୍ରସାଦ ସେବନ କରୁଛନ୍ତି।ବିଭିନ୍ନ ଅଂଚଳରୁ ଭକ୍ତ ଆସିଛନ୍ତି। ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମନ୍ଦିର ପରିଚାଳନା କମିଟି ବହୁତ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପଟାଂଗୀ ବିଧାୟକ ରାମଚନ୍ଦ୍ର କାଡାମ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ,ଜଳେନ୍ଦ୍ର ତ୍ରିପାଠୀ,ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସମାଜସେବୀ ସ୍ନିଗ୍ଧାରାଣୀମିଶ୍ର, ଶ୍ରୀ ସାମନ୍ତରାୟ,ଓ ବହୁ ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ସମାଗମ ଘଟିଥିଲା।
