ଭାଜପା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଙ୍କ ଘର ଉପରକୁ ଆକ୍ରମଣ, ଗାଁ ରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ। 9 ଜଣଙ୍କୁ ଅଟକ ରଖି ପଚାରା ଉଚ୍ଚାର କରୁଛି ପୋଲିସ ।

ଗଜପତି ,3.2(ମନୋଜ ପାଢ଼ୀ)- ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆର ଙ୍କ ଘର ଉପରେ ସଙ୍ଘବଦ୍ଧ ଆକ୍ରମଣ ହୋଇଛି । ଆକ୍ରମଣ ର ଦୃଶ୍ୟ ସିସିଟିଭି ରେ କୟେଦ ହୋଇଛି । ଗତ କାଲି ସନ୍ଧ୍ୟା ସମୟରେ କିଛି ଲୋକ ସଂଘବୋଧ ଭାବେ ଅଚାନକ ଆସି ଶିବରାମ ସୁଆରଙ୍କ ଘର ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଘର ବାହାରେ ଯାହାସବୁ ଥିଲା ସେସବୁ କୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ସେହି ସମୟରେ ତାଙ୍କ ମାଆ ଆସି ପ୍ରତିରୋଧ କରିଥିବାରୁ ତାଙ୍କୁ ମଧ୍ୟ ଆଘାତ ଲାଗିଚି । ତେବେ କେଉ କାରଣରୁ ଏହା ଘଟିଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଚାନ୍ଦିପୁଟ ଗ୍ରାମ ସମ୍ପୂର୍ଣ ପୋଲିସ ଛାଉଣୀ ହୋଇ ରହିଛି । ଏ ସମ୍ପର୍କରେ ଗଜପତି ପୋଲିସ 9 ଜଣଙ୍କୁ ଅଟକ ରଖି ପଚାରା ଉଚ୍ଚାର କରୁଥିବା ବେଳେ ତଦନ୍ତ ପରେ ପ୍ରକୃତ ଦୋଷୀ ଓ କାରଣ ସାମ୍ନାକୁ ଆସିବ ବୋଲି ମୋହନା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା ଗାଁ ରେ ଶାନ୍ତି କିଭଳି ଫେରି ଆସିବ ଓ ଦୋଷୀ ମାନେ କିଭଳି ଗିରଫ ହେବେ ତାହା ଉପରେ ଶାନ୍ତି ପୂର୍ଣ୍ଣ ବୈଠକ ଏକ ବୈଠକ ଜାରି ରଖିଛନ୍ତି।