ବ୍ଲକ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ (ଡବ୍ଲ୍ୟୁଇଓ) ଙ୍କ ବଦଳି ଆଦେଶକୁ ରଦ୍ଦକଲେ ହାଇକୋର୍ଟ

ବ୍ଲକ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ (ଡବ୍ଲ୍ୟୁଇଓ) ଙ୍କ ବଦଳି ଆଦେଶକୁ ରଦ୍ଦକଲେ ହାଇକୋର୍ଟ

ବ୍ଲକ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ (ଡବ୍ଲ୍ୟୁଇଓ) ଙ୍କ ବଦଳି ଆଦେଶକୁ ରଦ୍ଦକଲେ ହାଇକୋର୍ଟ

ରାୟଗଡ(info media)ରାୟଗଡ଼ା ଜିଲାର ବିଭିନ୍ନ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ (ଡବ୍ଲ୍ୟୁଇଓ)ଙ୍କ ବଦଳି ପ୍ରକ୍ରିୟାରେ ଏକ ବଡ଼ ଆଇନଗତ ନିଷ୍ପତ୍ତି ଶୁଣାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଜିଲାପାଳଙ୍କ ଦ୍ବାରା ଜାରି ହୋଇଥିବା ବଦଳି ନିର୍ଦ୍ଦେଶକୁ ବେଆଇନ ଦର୍ଶାଇ ହାଇକୋର୍ଟ ଜିଲାପାଳଙ୍କ ଆଦେଶକୁରଦ୍ଦ କରିଛନ୍ତି। ରାୟଗଡ଼ା ଜିଲାପାଳ ଙ୍କ ଜ଼ିଲ୍ଲା ମଙ୍ଗଳ ବିଭାଗ ର ସେକ୍ସନ ପତ୍ର ସଂଖ୍ୟା ୫୭୦୯/X-୨୫ ତା ୧୦ ।୧୨।୨୦୨୫ ରିଖ ରେ ପ୍ରକଶ ନାୟକ ବି ଙ୍କୁ ରାୟଗଡ ରୁ କେସିଙ୍ଗପୁର, ଚନ୍ଦନ ଦାସ ବାଙ୍ଗାରି ଙ୍କୁ କେସିଂପୁର ରୁ ରାୟଗଡ, ଅକ୍ଷୟ ସାହୁ ଙ୍କୁ କାଶୀପୁର ରୁ ଚନ୍ଦ୍ରପୁର, ସୀତାରାମ ପୃଷ୍ଟି ଙ୍କୁ ଚନ୍ଦ୍ରପୁର ରୁ କୋଳନରା, ସସ୍ମିତା ରଥ କୁ ରାମନାଗୁଡ଼ା ରୁ ଗୁଡାରି, ଗଙ୍ଗାଧର ବେହେରା କୁ ଗୁଣୁପୁର ସହିତ ରାମନାଗୁଡ଼ା ଅତିରିକ୍ତ ଦାୟିତ୍ୱ ଓ ବାବାଶିଷ ମୁଣ୍ଡ କୁ କୋଳନରା ରୁ କାଶୀପୁର କି ଏହିପରି ଭାବେ ୭ଜଣ ବ୍ଲକ ମଙ୍ଗଳ ନେଇ ମ୍ପ୍ରସାରଣ ଅଧିକାରୀଙ୍କୁ ଜ଼ିଲ୍ଲା ଭିତରେ ବଦଳି ଆଦେଶ ଜାରି କରିଥିଲେ । ଏହି ଆଦେଶକୁ ଚ୍ୟାଲେଞ୍ଜକରି ରାୟଗଡା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରକାଶ କୁମାର ନାୟକ ଓ ଅନ୍ୟମାନେ ହାଇକୋର୍ଟରେ ପୃଥକ୍ ପୃଥକ୍ ରିଟ୍ ପିଟିଶନ ଡବ୍ଲ୍ୟୁପିସି ୩୬୦୧୭, ୩୬୦୨୩, ୩୬୦୨୬ଏବଂ ୩୬୦୨୭ଅଫ ୨୦୨୫ ଦାୟର କରିଥିଲେ। ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଏହି ସମସ୍ତ ମାମଲାକୁ ଏକତ୍ର ଶୁଣାଣି କରି ଗତ ୨୮ ତାରିଖରେ ନିଷ୍ପତ୍ତି ଶୁଣାଇଛନ୍ତି | ସର ପକ୍ଷରୁ ଏଏସସି ଏସ୍.ପି. .ପି. ଦାସ ପକ୍ଷ ରଖିଥିଲେ ଥିଲେ I ଆବେଦନକାରୀଙ୍କ ପକ୍ଷରୁ ଓକିଲ ଜି.ଆର୍. ସେଠୀ ଯୁକ୍ତି ଦର୍ଶାଇଥିଲେ ଯେ, ‘ଓଡ଼ିଶା ସବ୍‌ ଅର୍ଡିନେଟ୍ ୱେଲ୍‌ଫେୟାର ସର୍ଭିସେସ୍ ରୁଲ୍ଡ, ରୁଲ୍ଡ, ୧୯୯୨ ଅନୁଯାୟୀ ଜିଲାପାଳଙ୍କ ବଦଳି କରିବା ପାଇଁ ଇଁ କୌଣସି ଆଇନଗତ କ୍ଷମତା ମତା ନାହିଁ | ଉକ୍ତ ନିୟମାବଳୀ ଅନୁଯାୟୀ, କେବଳ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ହିଁ ଏହି ଅଧିକାରୀଙ୍କୁ ବଦଳି କ ଏକମାତ୍ର ସକ୍ଷମ କର୍ତ୍ତୃପକ୍ଷ। ଏଥିସହ ଏହି ମାମଲା ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ଓ ଜନ ଜାତି କରିବା ପାଇଁ ବିଭାଗ ଦ୍ବାରା ପ୍ରଦତ୍ତ କାର୍ଯ୍ୟୋତ୍ତର ଅନୁମୋଦନକୁ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଛନ୍ତି I ଯେହେତୁ ଜିଲାପାଳଙ୍କ ପାଖରେ ଏହି କ୍ଷମତା ମତା ନାହିଁ, ତେଣୁ ତାଙ୍କ ଦ୍ବାରା ଜାରି ୧୦/୧୨/୨୦୨୫ର ଆଦେଶ ସମ୍ପୂର୍ଣ ଭାବେ ବେଆଇନ ହୋଇଥିବାରୁ ଏହାକୁ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଥିବା ଆବେଦନକାରୀଙ୍କ ଓକିଲ ସେଠୀ ସୂର ସୂଚନା ଦେଇଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ