ପୈାର ପରିଷଦ ଅର୍ଥ ଅପବ୍ୟୟ ଅଭିଯୋଗ ଓ ରାସ୍ତା ପ୍ରଶସ୍ତୀକରଣକୁ ନେଇ ଦ୍ବନ୍ଦ୍ବ ।
ଗଜପତି,୩୧.୧(ମନୋଜ ପାଢ଼ୀ):- ପାରଳା ସହର ମୁଖ୍ୟରାସ୍ତା ନିର୍ମାଣ ହେଲେ ସହରର ଟ୍ରାଫିକ୍ ସମସ୍ୟା ଦୂର ହେବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ | ଦୀର୍ଘବର୍ଷର ଅପେକ୍ଷା ପରେ କିଛିମାସ ହେଲା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି| ତେବେ, ଏହାକୁ ନେଇ ଏକ ଦୃନ୍ଦ୍ବ ସୃଷ୍ଟି ହୋଇଛି। ବଜାର ଛକରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା ପାଚେରି ହେଉ କି ପୌରପରିଷଦ କାର୍ଯ୍ୟାଳୟର ସୁରକ୍ଷା ପାଚେରି, ଏହାକୁ କବଚ ସଦୃଶ ଲୁହା ରେଲିଂରେ ସୁସଜ୍ଜିତ କରାଯାଉଛି। ତେବେ, ଏହାଦ୍ଵାରା ଯେ ମୁଖ୍ୟରାସ୍ତା ସଙ୍କୁଚିତ ହେଉଛି, ଏହା ଦେଖିଲେ ଯେ କେହି କହିପାରିବା କିଭଳି ପୌର ପ୍ରଶାସନ ଏଥିପାଇଁ ଅନୁମତି ଦେଉଛି ବୋଲି ସହରବାସୀ ପ୍ରଶ୍ନ କରୁଥିବା ବେଳେ ବର୍ତ୍ତମାନ ପୌରପାଳିକା ପାଚେରି ପାଖରେ ଆଉ ଏକ ଲୁହା ରେଲିଂ ବାଡ଼ ତିଆରି ଚାଲିଛି। ଏହା ରାସ୍ତାକୃ ଅଧିକ ସଂକୁଚିତ କରିବ ଏବଂ ରାସ୍ତା ପ୍ରଶସ୍ତ ବେଳେ ପୁଣି ଭାଙ୍ଗିବା ଫଳରେ ଅଯଥାରେ ଅର୍ଥବ୍ୟୟ ହେବ ବୋଲି ଲୋକେ କହିଛନ୍ତି । ଏହା ଦ୍ବାରା ଜନସାଧାରଣଙ୍କ କ’ଣ ଲାଭ ହେବ ବୋଲି ପୌର ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁଙ୍କୁ ପଚାରିବାରୁ ଉଠା ଦୋକାନୀମାନେ ପସରା ଖୋଲି ବସୁଛନ୍ତି। ଏହା ଦ୍ଵାରା ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ଘଟୁଛି ଏଣୁ, ଏଭଳି ପଦକ୍ଷେପ ପ୍ରଶାସନ ନେଇଛି | ପରେ ରାସ୍ତା ପ୍ରଶସ୍ତୀକରଣ ବେଳେ ହଟାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।
