କୋଟିଆରେ ଆନ୍ଧ୍ର ସର୍ଭେ ଟିମ୍‌କୁ ଘେରାଉ, ଜୋରଦାର ବିରୋଧ ପରେ ଫେରିଲେ

କୋଟିଆରେ ଆନ୍ଧ୍ର ସର୍ଭେ ଟିମ୍‌କୁ ଘେରାଉ, ଜୋରଦାର ବିରୋଧ ପରେ ଫେରିଲେ

କୋଟିଆରେ ଆନ୍ଧ୍ର ସର୍ଭେ ଟିମ୍‌କୁ ଘେରାଉ, ଜୋରଦାର ବିରୋଧ ପରେ ଫେରିଲେକୋରାପୁଟ: କୋଟିଆ ଅଞ୍ଚଳର ସେମ୍ବୀ ଗାଁରେ ଆନ୍ଧ୍ର ପ୍ରଦେଶର ଏକ ସର୍ଭେ ଟିମ୍ ପହଞ୍ଚି ରାସନ୍ ଓ ଆଧାର କାର୍ଡ ସଂପର୍କିତ ଇ-ସର୍ଭେ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ଜୋରଦାର ବିରୋଧ ସମ୍ମୁଖୀନ ହୋଇଛନ୍ତି।ଗ୍ରାମବାସୀମାନେ ସର୍ଭେ କାର୍ଯ୍ୟକୁ ଆପତ୍ତି କରିବା ସହ ଟିମ୍‌କୁ ଆକଟ କରିଥିଲେ। ଏହି ସମୟରେ ପୋଲିସ ସହ ବଚସା ଓ କଥା କଟାକଟି ହୋଇଥିଲା।ପରିସ୍ଥିତି ତନାତନି ହେବା ପରେ ପୋଲିସ ହସ୍ତକ୍ଷେପ କରି ଆନ୍ଧ୍ର ସର୍ଭେ ଟିମ୍‌କୁ ତାଗିଦ ଦେଇ ଅଞ୍ଚଳ ଛାଡ଼ିବାକୁ କହିଥିଲେ। ଫଳରେ ସର୍ଭେ ଟିମ୍ ସେଠାରୁ ଫେରିଯାଇଥିଲେ।