ଯୁବକ ନିଖୋଜ ଅଭିଯୋଗ ।

ଯୁବକ ନିଖୋଜ ଅଭିଯୋଗ ।

ଯୁବକ ନିଖୋଜ ଅଭିଯୋଗ ।

ଗଜପତି, ୨୮/୧(ମନୋଜ ପାଢ଼ୀ)-: ଗୋଷାଣି ବ୍ଲକ କତଲକଇଠା ପଞ୍ଚାୟତର ଜାଜପୁର ଗ୍ରାମର ଲବ ପ୍ରଧାନଙ୍କ ପୁଅ ସନ୍ତୋଷ ପ୍ରଧାନ (୩୫ବର୍ଷ) ଗତକାଲି ଠାରୁ ନିଖୋଜ ଥିବା ଅଭିଯୋଗ ହୋଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ ପ୍ରକାରେ ଗତକାଲି ସକାଳଠାରୁ ନିଖୋଜ ଥିବାରୁ ତାଙ୍କ ଭଉଣୀ କୁମାରୀ ଦାଶ (୩୧ବର୍ଷ) ବୁଧବାର ଥାନାକୁ ଆସି ଲେଖି ଜଣାଇବା ପରେ ପୁଲିସ୍ ଖୋଜାଖୋଜି କରୁଥିବା ଥାନା ସୁତ୍ରରୁ ଜଣାଯାଇଛି ।