ମାଓ ନେତା ଡୋନା କେଶବ ରାଓ ଏଲୀୟସ ଆଜାଦଙ୍କୁ ପାରଳାଖେମୁଣ୍ଡି ସ୍ୱତନ୍ତ୍ର ଅଦାଲତରେ ହାଜର
ଗଜପତି,୨୭.୧ (ମନୋଜ ପାଢ଼ୀ)-ଆଜି ମାଓ ନେତା ଡୋନା କେଶବ ରାଓ ଏଲୀୟସ ଆଜାଦଙ୍କୁ ପାରଳାଖେମୁଣ୍ଡି ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି।ଆଜାଦର ବିରୁଦ୍ଧରେ ଓଡିଶାରେ ସମୁଦାୟ ୩୭ ଗୋଟି ମାମଲା ରହିଛି।ସେଥି ମଧ୍ୟରୁ ଅଧିକାଂଶ ମାମଲା ଗଜପତିରେ ରହିଛି।ଗତ ୧୪ ବର୍ଷ ଧରି ଆଜାଦ ବିଭିନ୍ନ ମାମଲାରେ ଜଡିତ ଥାଇ କୌଣସି ମାମଲାର ବିଚାରଣ ହୋଇ ପାରୁନଥିଲା ଯାହାକୁ ଭିତ୍ତି କରି ଆଜାଦଙ୍କ ଓକିଲ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯାହାର ଶୁଣାଣି କରି ମାନ୍ୟବର ସୁପ୍ରିମକୋର୍ଟ ଜଣେ ବିଚାରାଧୀନ କାଇଡିକୁ କୌଣସି ବିଚାରଣ ନକରି ସମସ୍ତ ମାମଲା ପଡି ରହିଥିବାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ଅଦାଲତ କରି ସମସ୍ତ ମାମଲାର ଏକ ବର୍ଷ ମଧ୍ୟରେ ସମସ୍ତ ମାମଲାର ଶୁଣାଣୀ କରି ରାୟ ପ୍ରକାଶ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ହେଲେ ଓଡିଶାରେ ଥିବା ୩୭ଟି କେସ ମଧ୍ୟରୁ ପାଖାପାଖି ୨୫ ଗୋଟି କେସ କେବଳ ଗଜପତି ଜିଲ୍ଲାରେ ରହିଛି।
ଏଥି ମଧ୍ୟରୁ ୧୭ ଗୋଟି ମାମଲା ମୋହନା ଜେଏମଏଫସି କୋର୍ଟରେ ରହିଥିବାରୁ ଆଜି ସକାଳେ ଆଜାଦ କୁ କଡା ସୁରକ୍ଷା ବଳୟ ମଧ୍ୟରେ ଅଣାଯାଇ ମୋହନା ଜେଏମଏଫସି କୋର୍ଟରେ ହାଜିର କରାଯାଇ ସେଠାରେ ଥିବା ୧୭ ଗୋଟି ମାମଲାକୁ ଅଣାଯାଇ ପାରଳାଖେମୁଣ୍ଡି ସ୍ୱତନ୍ତ୍ର ଅଦାଲତକୁ ସ୍ଥାନାନ୍ତର କରାଯାଇଛି।ଏଣିକି ଆଜାଦର ସମସ୍ତ ମାମଲା ପାରଳାଖେମୁଣ୍ଡି ସ୍ୱତନ୍ତ୍ର ଅଦାଲତରେ ବିଚାରଣ ହେବ ବୋଲି ସୂଚନା ଦେଇଛନ୍ତି ସରକାରୀ ଓକିଲ ରାଜେଶ କୁମାର ମିଶ୍ର।
