ରାୟଗଡ଼ା ବ୍ଲକ ସମ୍ପର୍କିତ ବିଜ୍ଞାନ ମେଳା ଅନୁଷ୍ଠିତ

ରାୟଗଡ଼ା ବ୍ଲକ ସମ୍ପର୍କିତ ବିଜ୍ଞାନ ମେଳା ଅନୁଷ୍ଠିତ

ବିଜ୍ଞାନ ସମ୍ପର୍କିତ ମେଳା ପାଳିତ

ରାୟଗଡ(ଅମୁଲ୍ୟ ନିଶଙ୍କ ): ରାୟଗଡା ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ରାୟଗଡ଼ା ବ୍ଲକ ସମ୍ପର୍କିତ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝି ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନି ଓ ବିଜ୍ଞାନ ନିରୀକ୍ଷକ ଦୀପକ କୁମାର ବେହେରା ମଧ୍ୟ ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକ ଶ୍ରୀ ମନୋଜ କୁମାର ଗୋଡ଼ ମଞ୍ଚାସିନ ଥିଲେ। ଆଜି ଏହି ମେଳା ରେ ଜିଲ୍ଲାର ୧୧ ଟି ବ୍ଲକ ର ୩୩ ଗୋଟି ପ୍ରକଳ୍ପ ପ୍ରଦଶିତ୍ ହୋଇଥିଲା।

ଏହି ପ୍ରକଳ୍ପ ମଧ୍ୟ ରୁ ପ୍ରଥମ ସ୍ଥାନ ଗୁଡ଼ାରି ବ୍ଲକ ର OAV ବିଦ୍ୟାଳୟ ,ଦ୍ଵିତୀୟ ସ୍ଥାନରେ ରାୟଗଡ଼ା ବାଳିକା ବିଦ୍ୟାଳୟ ,ତୃତୀୟ ସ୍ଥାନରେ କେସିଂପୁର OAV ବିଦ୍ୟାଳୟ ସ୍ଥାନ ଅଧିକାର କରିଛି। ଅପରାହ୍ନ ର ପୁରସ୍କାର ବିତରଣି କାର୍ଯ୍ୟ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ନାହାକ ଯୋଗ ଦେଇଥିବା ବେଳେ ବିଚାରକ ଭାବେ ଡ. ରବିନାରାୟଣ ପ୍ରଧାନ ଅଧ୍ୟାପକ ମଡେଲ ଡିଗ୍ରୀ କଲେଜ୍,ରାୟଗଡ଼ା, ଅଧ୍ୟାପକ ଡ. ଭବାନୀ ଶଙ୍କର ଦାସ ଉଗ୍ରତାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପ୍ରାଧ୍ୟାପକ ଅନୁପ ସାହୁ ମଡେଲ ଡିଗ୍ରୀ କଲେଜ୍,ରାୟଗଡ଼ା ଦାୟିତ୍ଵ ତୁଲାଇଥିଲେ।

ଶିକ୍ଷୟତ୍ରୀ ସସ୍ମିତା ମଧ୍ୟ ପରିଚାଳନା କରିଥିବା ବେଳେ ଅମ୍ବିକା ସେଠୀ ସହଯୋଗ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ଶେଷ ରେ ପ୍ରଧାନଶିକ୍ଷକ ଧନ୍ୟବାଦ୍ ଅର୍ପଣ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ