ଫୁଲବାଣୀରେ ରେ କିଟ୍ – କିସ୍ ପକ୍ଷରୁ ମିନି ମାରାଥନ….
କନ୍ଧମାଳ: ୨୫/୧ ( ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା , ଫୁଲବାଣୀ ଠାରେ ସମସ୍ତ ଙ୍କ ପାଇଁ ଶିକ୍ଷା ଉଦେଶ୍ୟରେ କିଟ୍ ଓ କିସ୍ ତରଫରୁ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି । ଶିକ୍ଷା ସମସ୍ତଙ୍କ ପାଇଁ ଲକ୍ଷ୍ୟରେ ଆୟୋଜିତ ଏହି ମାରାଥନ କୁ ଆଇ ପି ଏସ୍ ପ୍ରବେଶନ୍ କେ. ଶ୍ରୀନିବାସଲୁ ଓ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଆୟୋଜନ ଏକ ସଭାରେ ଅତିଥି ଭାବରେ ଆଇ ପି ଏସ୍ ପ୍ରବେଶନ୍ କେ.ଶ୍ରୀନିବାସଲୁ , କ୍ରୀଡ଼ା ସଂଘ ର ସଂପାଦକ ଶିବପ୍ରସାଦ ତ୍ରିପାଠୀ, ଅଧିକ୍ଷଣ ଯନ୍ତ୍ରୀ ମାନସ ରଞ୍ଜନ ମହାରଣା, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଯୋଗଦେଇ ସମସ୍ତ ଙ୍କ ପାଇଁ ଶିକ୍ଷା ଜରୁରୀ ଏଣୁ ନିଜେ ଶିକ୍ଷିତ ହେବା ସହ ଅନ୍ୟ ମାନଙ୍କୁ ସଚେତତନ କରିବା ଆବଶ୍ୟକ ବୋଲି କହିଥିଲେ l ଶତାଧିକ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ଏଥିରେ ସାମିଲ ହୋଇ କରୋନେସନ୍ ପଡ଼ିଆରୁ ବାହାରି ମାଦିକୁନ୍ଦା ଛକ ପର୍ଯ୍ୟନ୍ତ ଦୌଡ଼ିଥିଲେ । ଆୟୋଜିତ ମାରାଥନର ସଫଳତା ପାଇଁ କିଟ – କିସର ପ୍ରତିଷ୍ଠାତା ଡ. ଅଚ୍ୟୁତାନନ୍ଦ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। କିସ୍ ସଂଯୋଜକ ଭାଗିରଥି ସେଠୀ ଓ ସାମ୍ବାଦିକ ଶିବ ବିଶ୍ଵାଳ କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ।
