ବିଦ୍ୟୁତ୍ ଓ ସଫ୍ଟୱେର୍ ତ୍ରୁଟି ହେତୁ ଅହମଦାବାଦ ବିମାନ ଦୁର୍ଘଟଣା! ଆମେରିକୀୟ ସଂସ୍ଥାର ରିପୋର୍ଟ

ବିଦ୍ୟୁତ୍ ଓ ସଫ୍ଟୱେର୍ ତ୍ରୁଟି ହେତୁ ଅହମଦାବାଦ ବିମାନ ଦୁର୍ଘଟଣା! ଆମେରିକୀୟ ସଂସ୍ଥାର ରିପୋର୍ଟ

ଅହମଦାବାଦ:ଗତ ବର୍ଷ ଜୁନ୍ ୧୨ ତାରିଖରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭-୮ ଡ୍ରିମଲାଇନର୍ ବିମାନ ଟେକଅଫ୍ ପରେ କିଛି ସେକେଣ୍ଡ୍ ମଧ୍ୟରେ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ୨୭୦ ଜଣଙ୍କ ମୃତ୍ୟୁ ହୋଇଥିଲା, କେବଳ ଜଣେ ବ୍ରିଟିଶ୍ ଯାତ୍ରୀ ବଞ୍ଚିଥିଲେ।ଆମେରିକାର ଏଭିଏସନ୍ ସେଫ୍ଟି ଫାଉଣ୍ଡେସନ୍ (ଏଫ୍ଏଏସ୍) ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ବିମାନଟିରେ ଗୁରୁତର ବିଦ୍ୟୁତ୍ ଓ ସଫ୍ଟୱେର୍ ତ୍ରୁଟି ଥିଲା।

ବିଦ୍ୟୁତ୍ ବିଫଳତା ହେତୁ ଏକାଧିକ ବ୍ୟବସ୍ଥା ଏକସଂଗେ ବନ୍ଦ ହୋଇଯାଇଥିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ ପ୍ରକାଶ କରାଯାଇଛି।