ସରସ୍ଵତୀ ପୂଜା, ସୁବାଷ ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ।

ସରସ୍ଵତୀ ପୂଜା, ସୁବାଷ ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ।

ସରସ୍ଵତୀ ପୂଜା, ସୁବାଷ ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ।ଗଜପତି,୨୩.୧(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୩୬ତମ ସରସ୍ଵତୀ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ୮.୦୦ଘ ସମୟରେ ଛାତ୍ରଛାତ୍ରୀ ତଥା ପୁରୋହିତଙ୍କ ଦ୍ଵାରା ମାଆଁଙ୍କ ଆବାହନ,ପୂଜନ ଏବଂ ହୋମ, ପୂଷ୍ପାଞ୍ଜଳି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।ଏହି ଅବସରରେ ପାରଳାଖେମୁଣ୍ଡିର ୧୦୦ରୁ ଉର୍ଦ୍ଧ୍ବ କୁନି କୁନି ଶିଶୁମାନେ ନିଜ ପିତାମାତାଙ୍କ ସହ ଆସି ଖଡ଼ିଛୁଆଁ ମାଧ୍ୟମରେ ବିଦ୍ୟାରମ୍ଭ ସଂସ୍କାର କରି ଥିଲେ । ଜାନୁୟାରୀ ୨୩,ଭାରତର ମହାନ୍ ଜନ ନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷ ତଥା ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ମଧ୍ୟ ଆଜି ର ଦିନରେ ପାଳିତ ହୋଇଯାଇଛି।

ଏହି ଅବସରରେ ବିଦ୍ୟାଳୟର ସ୍କାଉଟ୍,ଗାଇଡ୍ ଓ ସିଭିଲିଏନ୍ ଦଳର କେଡେଟ୍ ଓ ବିଦ୍ୟାଳୟର ଘୋଷ ଦଳ ଛାତ୍ରଛାତ୍ରୀ ତଥା ସୁବାଷ ସେବା ଦଳର ସଦସ୍ୟ ମାନେ ସୁବାଷ ଚନ୍ଦ୍ର ବୋଷଙ୍କ ମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ।ସରସ୍ଵତୀ ପୂଜା ଉପଲକ୍ଷେ ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ “ନୃତ୍ୟାଞଳି” ର ଆୟୋଜନ କରାଯାଇଥିଲା ।ଯେଉଁଥିରେ ସହରର ବିଭିନ୍ନ ଅଗ୍ରଣୀ ନୃତ୍ୟାନୁଷ୍ଠାନ ର ଶିଳ୍ପୀ ମାନେ ଯୋଗଦେଇ ଉପସ୍ଥିତ ଦର୍ଶକ ମାନଙ୍କର ମନକୁ ମନମୁଗ୍ଧକ କରିଥିଲେ ।ନଗରର ଅନେକ ନିମନ୍ତ୍ରିତ ଅତିଥି ତଥା ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ।ଅନୁଷ୍ଠାନର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା।