ବରାମୁଣ୍ଡା ଠାରେ ସରସ୍ଵତୀ ପୂଜା ଉପଲକ୍ଷେ ଏକ ସ୍ୱେଚ୍ଛାକୃତ ରକ୍ତଦାତା ଶିବିର ଅନୁଷ୍ଠିତ ହୋଇଯାଇଛି

ବରାମୁଣ୍ଡା ଠାରେ ସରସ୍ଵତୀ ପୂଜା ଉପଲକ୍ଷେ ଏକ ସ୍ୱେଚ୍ଛାକୃତ ରକ୍ତଦାତା ଶିବିର ଅନୁଷ୍ଠିତ ହୋଇଯାଇଛି

ବରାମୁଣ୍ଡା ଠାରେ ସରସ୍ଵତୀ ପୂଜା ଉପଲକ୍ଷେ ଏକ ସ୍ୱେଚ୍ଛାକୃତ ରକ୍ତଦାତା ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗତ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ବରାମୁଣ୍ଡା ଠାରେ ସରସ୍ଵତୀ ପୂଜା ଉପଲକ୍ଷେ ଏକ ସ୍ୱେଚ୍ଛାକୃତ ରକ୍ତଦାତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରାମୁଣ୍ଡା ସରସ୍ଵତୀ ପୂଜା କମିଟି ଓ ଭେଡେନ ଅମୃତ୍ କୁଟୁମ୍ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଲ୍ପପତି ରିଂକୁ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଭୀମସାର ବୁର୍ଲା ଡାଃ ସିକୁନ କୁମାର ନାୟକ, ସାହେବ ପ୍ରଧାନ ଓ ଶୁକଦେବ ସାହୁ ଓ ଅମୃତ୍ କୁଟୁମ୍ ର ସଭାପତି ଆନଂଦ ଚନ୍ଦ୍ର ସୁନା, ଶଶୀ ଭୂଷଣ ପାଣିଗ୍ରାହୀ, ଭିଷ୍ମସିଂ ଛନ୍ଦ ଓ ବରିଷ୍ଠ ସଦସ୍ଯ ଭବାନୀ ଶଙ୍କର ପାଢ଼ୀ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସରସ୍ଵତୀ ପୂଜା କମିଟି ର ଦିପକ ପ୍ରଧାନ, ଅମିୟ ଚରଣ ପ୍ରଧାନ, ତରଣୀସେନ ଦଲେଇ,ସୁମନ୍ତ ସାହୁ, ସୁଷମା ଭୂଏ, ନିକିତା ପ୍ରଧାନ, ନିବାସ, ଦିନେଶ, ରିଙ୍କୁ, ପିଙ୍କୁ, ସତ୍ୟ, ଧରଣୀ, ଅମୀୟ, ଆକାଶ, ଚନ୍ଦନ, କ୍ଷୀରୋଦ, ପ୍ରକାଶ ଦେବ ପ୍ରମୁଖ ରକ୍ତଦାନ ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ଭିମସାର ବୁର୍ଲାର ଡାକ୍ତର ସିକୁନ କୁମାର ନାୟକ, ମଣ୍ଟୁ ପ୍ରଧାନ ଓ ସହଯୋଗୀ ମାନେ ଦୁଇ ଜଣ ମହିଳା ସମେତ ମୋଟ ୩୩ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ।