କେ ଏମ ଭାଲିଆସାହିରେ ରକ୍ତ ଦାନ ଶିବିର ।

କେ ଏମ ଭାଲିଆସାହିରେ ରକ୍ତ ଦାନ ଶିବିର ।

କେ ଏମ ଭାଲିଆସାହିରେ ରକ୍ତ ଦାନ ଶିବିର ।

ଗଜପତି,୨୨.୧(ମନୋଜ ପାଢ଼ୀ) ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଅବାରସିଂ ଗ୍ରାମପଞ୍ଚାୟତ ଠାରେ ସଚେତନ ନାଗରିକ ମଞ୍ଚ ତରଫରୁ ଜୁନିଅର ରେଡକ୍ରସ୍ ସହଯୋଗରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି। ରା ଉଦୟଗିରି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ ଖର୍ସେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ସମାଜ ସେବୀ ଶ୍ରୀଯୁକ୍ତ ଜଗବନ୍ଧୁ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯମୁନା ଦଳବେହେରା (ଜିଲ୍ଲା ପରିଷଦ), ଦ୍ରୌପଦୀ ରଇତ (ସରପଞ୍ଚ), ପ୍ରମିତା ରଇତ(ସମିତି ସଭ୍ୟା) ମଧୁସ୍ମିତା ପାତ୍ର,କେ ଧନଲକ୍ଷ୍ମୀ, ରାମଚନ୍ଦ୍ର ଦଳବେହେରା, ମମତା ମଞ୍ଜରୀ ଜେନା, ପବିତ୍ର ଗମାଙ୍ଗ, ପ୍ରିୟଦର୍ଶୀ ପୂଜାରୀ ଆଦି ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଜୁନିଅର ରେଡକ୍ରସର ସହ ସମ୍ପାଦକ ଶ୍ରୀ ଯୁକ୍ତ ସୁବାସ ଚନ୍ଦ୍ର ସାହୁ ଏବଂ ଜେ ଆର୍ ସି ର ସମ୍ବଳ ସାଧନ କର୍ମୀ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଲୋକ ମାନଙ୍କ ମଧ୍ୟରେ ଭାଇ ଚାରାର ଭାତୃ ଭାବ ସୃଷ୍ଟି କରି ଶିକ୍ଷା ଓ ସ୍ବାସ୍ଥ୍ୟର ଉନ୍ନତି ସହିତ ସମାଜର ମଙ୍ଗଳ ନିମିତ୍ତ ଏହି ସଚେତନ ନାଗରିକ ମଞ୍ଚ କାର୍ଯ୍ୟ କରିବା ପାଇଁ ସଂକଳ୍ପ ବଦ୍ଧ ବୋଲି ଘୋଷଣା କରାଯାଇଥିଲା।

ଏହି ନାଗରିକ ମଞ୍ଚରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଉଦୀୟ ମାନ ଯୁବକ ଭାଇ ମାନେ ନାମ ପଞ୍ଜିକୃତ କରିବା ସହିତ ଆଗ୍ରହୀ ଥିବାର ଲକ୍ଷ୍ୟ କରାଯାଇଛି। ଉକ୍ତ ଅବସରରେ ସ୍ୱଇଛାରେ ଯୁବ ଭାଇ ମାନେ ପ୍ରଥମ ଥର ପାଇଁ ୪୧ ୟୁନିଟ୍ ରକ୍ତ ଦାନ କରି ନିଜର ମହତ ଗୁଣକୁ ପ୍ରଦର୍ଶନ କରିଛନ୍ତି। ଏଭଳି ଉନ୍ନତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।