ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

ରାୟଗଡ: ରାୟଗଡା ପ୍ରଦକ୍ଷଣ ଗୃହ ପାର୍ଶ୍ୱସ୍ଥ ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଶ୍ରୀ ଭାସ୍କର ରଇତ ଅତିରକ୍ତ ଜିଲ୍ଲାପାଳ ରାୟଗଡ ପଦଉନ୍ନତି ପାଇ ଅତିରକ୍ତ ସାଶନ ସଚିବ ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତି କରଣ ବିଭାଗରେ ନିଯୁକ୍ତି ହୋଇଥିବାରୁ ଓଡିଶା ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l

ନୂତନ ଅତିରକ୍ତ ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ଶ୍ରୀ ନିହାର ରଞ୍ଜନ କହଁର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ମୁଖ୍ୟ କାର୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ରାୟଗଡ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ, ତହସିଲଦାର ରାମନାଗୁଡ଼ା ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ, ବିଷମକଟକ ତହସିଲଦାର , କୋଳନରା ତହସିଲଦାର , କୋଳନରା ଅତିରିକ୍ତ ତହସିଲଦାର ବିଗ୍ନରାଜ କହଁର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମନାଗୁଡ଼ା ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ, ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ ଅଧିକାରୀ ଶ୍ରୀ ତତ୍ୱମସୀ ମହାପାତ୍ର, ରାୟଗଡ ତହସିଲଦାର ଶ୍ରୀମତୀ ପ୍ରିୟଦର୍ଶନୀ ସ୍ୱାଇଁ,ଅତିରକ୍ତ ତହସିଲଦାର ରlୟଗଡ଼ଶ୍ରୀ ଦେବାଶିଷ ବିଶ୍ୱାସ,ଶ୍ରୀ ବସନ୍ତ କୁମାର ପ୍ରଧାନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରlୟଗଡ଼,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟଗଡା ଶ୍ରୀ କାଳୁ ଚରଣ ନାୟକ,ଆରୀ କୈଳାଶ ଚନ୍ଦ୍ର ସ୍ୱାଇଁ,ସହକାରୀ ଜିଲ୍ଲାପାଳ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ରlୟଗଡ଼, କର୍ମ ନିୟୋଜନ ଅଧିକାରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନନ୍ଦ ଆଦି ଅଧିକାରୀମାନେ ଯୋଗଦାନ କରିଥିଲେ l ଅତିରକ୍ତ ଜିଲ୍ଲାପାଳ ଶ୍ରୀ ରଇତ ଏଥି ପୂର୍ବରୁ ରାମନାଗୁଡ଼ା ବ୍ଲକ ର ବିଡ଼ିଓ ରହି ଜଣେ ସଚୋଟ ଓ ନିଷ୍ଠାବାନ ବ୍ୟକ୍ତି,କୁଶଳୀ, ଚରିତ୍ରବାନ ଓ ଉତ୍ତମ ବ୍ୟବହାର ସମ୍ପନ୍ନ ବ୍ୟକ୍ତି ଥିଲେ ବୋଲି ସମସ୍ତ ବକ୍ତା କହିଥିଲେ ଓ ତାଙ୍କର ପରବର୍ତ୍ତୀ ଜୀବନ ଉତ୍ତରତୋର କାମନା କରିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *