ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ଗଜପତି,୧୭.୧(ମନୋଜ ପାଢ଼ୀ)- ରବିବାର ଦିନ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାର କଳା, ସଂସ୍କୃତି, ଐତିହ ତଥା ସମୃଦ୍ଧ ପରମ୍ପରା ସମାରୋହ ଗଜପତି ଉତ୍ସବ – 2025 ଆରମ୍ଭ ହେବ । ଏନେଇ ପ୍ରଶାସନ ତରଫରୁ ସମସ୍ତ ବନ୍ଦବସ୍ତ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶତାଧିକ ଷ୍ଟଲ ସାଙ୍ଗକୁ ଆକର୍ଷଣୀୟ ମଞ୍ଚ ନିର୍ମାଣ ହୋଇଛି । ସେହି ଭଳି ହଜାର ହଜାର ସଂଖ୍ୟକ ଦର୍ଶକଙ୍କ ଯିବା ଆସିବା ଓ ବସିବା ଲାଗି ବନ୍ଦୋବସ୍ତ ହୋଇଛି । ରବିବାର ଠାରୁ ଆରମ୍ଭ ହୋଇ ପାଞ୍ଚ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକାଇବେ ସ୍ଥାନୀୟ ସମତେ ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାର କଳାକାରମାନେ ।

କୌଣସି ଅସୁବିଧା ଯେପରି ନହେବ ସେଥି ପାଇଁ ସମସ୍ତ ଗଜପତି ଉତ୍ସବ ପାଳନ ନିମନ୍ତେ ବିଭିନ୍ନ କମିଟି କରାଯାଇଛି । କମିଟିର ଅଧ୍ୟକ୍ଷଙ୍କ ସମେତ ସମସ୍ତ ସଦସ୍ୟମାନେ ବି ସେମାନଙ୍କ ଦାୟିତ୍ବ ସୁଚାରୁ ରୂପେ ତୁଲାଇବା ପାଇଁ ପ୍ରସ୍ତୁତ ରହିଛନ୍ତି । ଜିଲ୍ଲାର ଏକ ମାତ୍ର କଳା, ସଂସ୍କୃତି,ଐତିହ୍ୟ ତଥା ସମୃଦ୍ଧ ପରମ୍ପରାର ମହାପର୍ବର ଆୟୋଜନା ଲାଗି ସଭିଏ ପ୍ରସ୍ତୁତ । ଏହି ପାଞ୍ଚଦିନିଆ ଉତ୍ସବରେ ବିଶେଷ ଅତିଥି ତଥା ଅତିଥି ଗଣଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ଅତିଥିଚର୍ଚ୍ଚା ଲାଗି ମଧ୍ୟ ବନ୍ଦୋବନସ୍ତ ହୋଇଥିବାର ଜଣାଯାଇଛି । 18 ରୁ 22 ପର୍ଯ୍ୟନ୍ତ ଉଭୟ ଗଜପତି ଉତ୍ସବ ତଥା ପଲ୍ଲୀଶ୍ରୀ ମେଳା ପ୍ରତ୍ୟଃ ସନ୍ଧ୍ୟାରେ ଆରମ୍ଭ ହେବ ।

ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିବେ ଲୋକେ । ହେବ ପ୍ରବଳ ଜନସମାଗମ । ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥା ଠାରୁ ଆରମ୍ଭ କରି ପାର୍କିଂ, ବିଶୃଙ୍ଖଳା ସୃଷ୍ଟି ନହେବା ଏବଂ ଲୋକଙ୍କ ସୁରକ୍ଷା ଲାଗି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିବେ । ସେହିପରି ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରୁରେ ଆରମ୍ଭ ଠାରୁ ସମାପନ ପର୍ଯ୍ୟନ୍ତ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ନେତୃତ୍ବରେ ପ୍ରଶାସନିକ ଅଧିକାରୀ ମାନଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀମାନେ ମୁତୟନ ହେବେ ।

ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ପାଳନ ପାଇଁ ପବିତ୍ର କୁନ୍ତିମନ୍ଦିରରୁ ମଶାଲ ଜ୍ୟୋତି ଅଣାଯାଇଥିଲା । ସେହି ଦିନ ଠାରୁ ଗଜପତି ଉତ୍ସବ ପାଳନ ପାଇଁ ବିଗୁଲ୍ ବାଜିଥିଲା । ମଶାଲ ଜ୍ୟୋତିର ଶାଖାକୁ ନେଇ ଥିଲେ ବ୍ଲକ ମାନେ । ଏହି ଶାଖା ଜ୍ୟୋତିକୁ ନେଇ ପାଳିଥିଲେ ବ୍ଲକସ୍ତରୀୟ ମହୋତ୍ସବ । ଏହା ସହ ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ସ୍ଥାନୀୟ ରାଜଦାଣ୍ଡ ସାହି ଠାରେ ରାହାଗିରି କାର୍ଯ୍ୟକ୍ରମ ଧୂମଧାମ୍ ରେ ମଧ୍ୟ ହୋଇଯାଇଛି ।

ଗଜପତି ଷ୍ଟାଡିୟମ ଠାରେ ମଞ୍ଚସଜା ଠାରୁ ଆରମ୍ଭ କରି ବିଭିନ୍ନ ଷ୍ଟଲର ନିର୍ମାଣ କାମ ଚାଲୁ ରହିଛି । ଏଥିପାଇଁ କାରିଗରମାନେ ଦିନ ରାତି ଏକ କରି ପେଣ୍ଡଲ ଠାରୁ ଆରମ୍ଭ କରି ଷ୍ଟଲ, ଆଲୋକ ସଜା ଆଦି କାମ କରୁଥିବାର ଲକ୍ଷ୍ୟ କରାଯାଇଛି । ପ୍ରତିଥର ଭଳି ଚଳିତ ବର୍ଷ ମଧ୍ୟ ଉକ୍ତ ଉତ୍ସବ ପାଳନ ଅବସରରେ ଜନସାଧାରଣ ଅତି ଉତ୍ସାହିତ ମନୋଭାବରେ ଉପଭୋଗ କରିବାପାଇଁ ୧୮ ତାରିଖ ଦିନ ଉଦ୍‌ଘାଟନକୁ ନେଇଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।