ବହୁମୂତ୍ର ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

*ବହୁମୂତ୍ର ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର **

ବ୍ରହ୍ମପୁର ସହର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବହୁମୂତ୍ର ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଆଳସ୍ୟ, ଆମିଷ,କ୍ଷୀର ଜାତୀୟ, ମିଠା, ଅଧିକ ପରିଶ୍ରମ, ଚିନ୍ତା, ଦୁର୍ବଳତା ଯୋଗୁଁ ବୃକକ୍, ଯକୃତ ଓ ପିଟୁଇଟାରି ଗ୍ରନ୍ଥି ଦୁର୍ବଳ ହୋଇ ଆଲବୁମିନ୍, ବସା, ଏମିନୋଏସିଡି ଆଦି ଆସି ବାରମ୍ବାର ପରିସ୍ରା ହୁଏ।ସବୁ ରୁତୁରେ ହେଲେ ମଧ୍ଯ ବିଶେଷକରି ଶୀତ ରୁତୁରେ ଏହି ଲକ୍ଷଣ ଅଧିକ ଦେଖାଯାଏ। ପ୍ରତିକାର ସ୍ବରୂପ ଜାମୁକୋଳି ମଞ୍ଜି ରସ,କାକ ଦୁମ୍ବର,ଅଁଳା ସମାନ ଭାଗ ନେଇ ଚୁର୍ଣ୍ଣ କରି ସକାଳ ଓ ସନ୍ଧ୍ୟାରେ ଦୀର୍ଘ ଦିନ ଖାଇବେ ଓ ପୃଷ୍ଟିକର ଖାଦ୍ୟ ଖାଇବା ଦ୍ଵାରା ସୁସ୍ଥ ଅନୁଭବ କରିବେ।ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ଡି ଶ୍ରୀନିବାସ ରାଓ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅଧ୍ୟକ୍ଷ ଡ଼ଃ ନକୁଳ ସାହୁ ଅନୁରୋଧ କରିଛନ୍ତି ।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *