ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ବିଧାୟକ ଙ୍କ ବସ୍ତ୍ର ବଣ୍ଟନ

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ବିଧାୟକ ଙ୍କ ବସ୍ତ୍ର ବଣ୍ଟନ

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ବିଧାୟକ ଙ୍କ ବସ୍ତ୍ର ବଣ୍ଟନ

ରାୟଗଡ(ଅମୁଲ୍ୟ ନିଶଙ୍କ ): ରାୟଗଡ ବିଧାୟକ ତଥା ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଆପ୍ପାଲସ୍ୱାମି କାଡ୍ରକା ଆଜି ପବିତ୍ର ମାଘ ମାସ ର ମକର ସଂକ୍ରାନ୍ତି ଉପଲକ୍ଷେ ନିଜ ବାସଭବନ ଅମ୍ବାଗୁଡା ଠାରେ ନିଜ ସହଧର୍ମିଣୀ ଙ୍କ ସହିତ ମିଶି ସ୍ଥାନୀୟ ଅଞ୍ଚଳ ର ପ୍ରାୟ 500 ରୁ ଉର୍ଦ୍ଧ ମହିଳା ଙ୍କୁ ଶାଢ଼ୀ ଓ ପୁରୁଷ ଙ୍କୁ ଧୋତି ଓ ଟାବଲ ବଣ୍ଟନ କରିଛନ୍ତି l କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା ମଧ୍ୟ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ବସ୍ତ୍ର ବଣ୍ଟନ କରିଥିଲେ l ସୂଚନା ଯୋଗ୍ୟଯେ ଶ୍ରୀ କାଡ୍ରକା ବିଗତ 15 ବର୍ଷ ଧରି ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ ସ୍ଥାନୀୟ ଅଞ୍ଚଳବାସୀ ଙ୍କୁ ବସ୍ତ୍ର ବାଣ୍ଟି ଥାନ୍ତି l

ସମାଜରେ ବହୁ ସାମାଜିକ କାର୍ଯ୍ୟକ୍ରମ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛି ବିଧାୟକ କାଡ୍ରକା l ଯେଉଁ ବ୍ୟକ୍ତି ମୃତ୍ୟୁବ ରଣ କରେ ଶବ ସତ୍କାର ନିମନ୍ତେ ବିଧାୟକ କାଠ ମାଗଣା ରର ଯୋଗାଇ ଥାନ୍ତି l ଆଜି ର ଏହି ପବିତ୍ର ଦିନ ରେ ଲୋକେ ନୂତନ ବସ୍ତ ପିନ୍ଧିବା ଇଛା ପ୍ରକାଶ କରିଥାନ୍ତି ସେଥିପାଇଁ ମୁଁ ବସ୍ତ୍ର ପ୍ରଦାନ କରି ସେମାନଙ୍କ ଆଶୀର୍ବାଦ ଭିକ୍ଷା କରିଥାଏ ସେମାନେ ମୋତେ ଯେଉଁ ଆଶୀର୍ବାଦ ଦିଅନ୍ତି ମୋତେ ବହୁତ ଖୁଶୀ ଲାଗେ l ମୋରସମର୍ଥ ଅନୁସାରେ ମୁଁ ଏହି କାର୍ଯ୍ୟକ୍ରମ ଗତ 15 ଧରି କରିଆସୁଛି ଓ ଆଗାମୀ ବର୍ଷ ରେ ମଧ୍ୟ୍ୟ ଜାରିରହିବ ବୋଲି କହିଛନ୍ତି l

ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ଶଙ୍କର୍ଷଣ ମଙ୍ଗରାଜ, ୟୁବ ନେତା ହରସି ପଟ୍ଟନାୟକ ଙ୍କ ସହିତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ l ଉଭୟ ସାଂସଦ ଓ ବିଧାୟକ ମକର ସଂକ୍ରାନ୍ତି ଉପଲକ୍ଷେ ରାୟଗଡ ଜ଼ିଲ୍ଲା ବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶାନ୍ତି ଶୃଙ୍ଖଳା ର ସହିତ ଏହି ମକର ସଂକ୍ରାନ୍ତି ଉତ୍ସବ ପାଳନ କରିବା କୁ ଜଣାଇଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ