ଟିକାବାଲି ଏ. ଏମ, ସି, ଏସ ମହାବିଦ୍ୟାଳୟ ରେ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ…..କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ, ସି, ଏସ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡ଼ ତପନ କୁମାର ବାରିକ ଯୋଗଦେଇଥିଲେ ଏବଂ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନା ର ସଂଯୋଜକ ପ୍ରଫେସର ଡ଼, ସତୀଶ ନାୟକ ଯୋଗଦେଇ ସ୍ବେଛାସେବୀ ଭିତରେ ଶୃଙ୍ଖଳା, ସେବା ଓ ମଣିଷ ପଣିଆର ଅଭାବ ରହିଲେ ସମାଜକୁ ପରିବର୍ତ୍ତନ କରିପାରେନି ତେଣୁ ସ୍ବେଛାସେବୀ ର ଏ ସମସ୍ତ ଗୁଣ ରହିବା ଆବଶ୍ୟକ ବୋଲି ବକ୍ତବ୍ୟ ଦେଇଥିଲେ l ସମ୍ମାନିତ ଅତିଥିଭାବେ ପ୍ରାକ୍ତନପ୍ରୋଗ୍ରାମ ଅଫିସର ଅଧ୍ୟାପକ ନରେନ୍ଦ୍ର ଦିଗାଲ, ବନମାଳୀ ବେହେରା, ବିରୂପlକ୍ଷ ତ୍ରିପାଠୀ, ଯୁବ ରେଡ଼କ୍ରସ ସଂଯୋଜକ ରତନ ଦିଗାଲ, ଟି କେ ମିଡ଼ିଆ ର ସାମ୍ବାଦିକ ସୂର୍ଯ୍ୟ ନାରାୟଣ ନାୟକ, ଶିକ୍ଷକ ଖୁକେନ ପଟ୍ଟନାୟକ ଯୋଗଦେଇଥିଲେ l ସ୍ବେଛାସେବୀ ମାନେ ପୋଷ୍ୟ ଗ୍ରାମ ଡୁଙ୍ଗି ଓ ତେନ୍ତୁଳିଗଡ ଯାଇ ସର୍ଭେ କରି କଣ ସମସ୍ୟା ରହିଛି ବୁଝି ଥିଲେ l
ଏହି ଶିବିରକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଜାତୀୟ ସେବା ଯୋଜନା ର ସଂଯୋଜକ ପ୍ରଫେସର ଡ଼, ଜୟନ୍ତ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ସଂଯୋଜକ, କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼, ନଳିନୀ କୁମାର ପାଣିଗ୍ରାହୀ ପରିଦର୍ଶନ କରିଥିଲେ l ଏହି ଶିବିରରେ ବକୃତା, ପ୍ରବନ୍ଧ, ନୃତ୍ୟ, ଗୀତ,ମେହେନ୍ଦି, କୁଇଜ ପ୍ରତଯୋଗିତା ହୋଇଥିଲା କୃତୀ ପ୍ରତିଯୋଗୀ ଙ୍କୁ ଟ୍ରଫି ଓ ପ୍ରମାଣପାତ୍ର ଦିଆଯାଇଥିଲା l ଶ୍ରେଷ୍ଠ ସ୍ବେଛାସେବୀ ଭାବେ ପ୍ରତିଭା ମଞ୍ଜରୀ ପ୍ରଧାନ ଓ ଆର୍ଯ୍ୟ ଦେବ ପ୍ରଧାନ ଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା l ଏହି ଶିବିରକୁ ପ୍ରୋଗ୍ରାମ ଅଫିସର ଚମ୍ପା ସୋରେନ ଓ ପ୍ରୋଗ୍ରାମ ଅଫିସର ଜ୍ଞାନ ରଞ୍ଜନ ଭୋଇ ପରିଚାଳନା କରିଥିଲେ l ସ୍ୱାମୀ ବିବେକା ନନ୍ଦ ଙ୍କ ଶହେ ପଚାଶ ତମ ଜୟନ୍ତୀ ଉପଲକ୍ଷେ ଏକ ହଜାର ଛାତ୍ର ଛାତ୍ରୀ ଓ କର୍ମଚାରୀ ସମୂହ ବନ୍ଦେ ମାତରଂ ଗାନ କରିଥିଲେ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l
