ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦଘାଟନ ।

ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦଘାଟନ ।

ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦଘାଟନ ।

ଆର, ଉଦୟଗିରି (ମନୋଜ ପାଢ଼ୀ) ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ମୋହନା ସ୍ଥିତ ହିଲ ଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ୭ଦିନ ଧରି ହେବାକୁ ଥିବା ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ସଭାପତିତ୍ତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭଗବାନ ବିଷୋୟୀ, ମୁଖ୍ୟବକ୍ତା ଏସ.ରମେଶ, ସମ୍ମାନୀତ ଅତିଥି ଡଃ. ମନୋରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ ୭ଦିନ ଧରି ହେବାକୁ ଥିବା ଏହି ଶିବିରର ଲକ୍ଷ୍ୟ ଉଦ୍ଦେଶ୍ୟ ଓ କାରଣ ସଂପର୍କରେ ସ୍ଵେଛାସେବୀ ମାନଙ୍କୁ ଅବଗତ କରାଇଥିଲେ। ଏହି ଶିବିରରେ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ସ୍ୱଚ୍ଛ ଭାରତ, ନାରୀ ସଚେତନତା, ବାଲ୍ୟ ବିବାହ,ଦୁର୍ନିତୀ,ସାଇବର ଠକେଇ ଆଦି ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳର ଲୋକଙ୍କୁ ସଚେତନ କରାଇବେ।ମହାବିଦ୍ୟାଳୟର ଅଧ୍ୟାପିକା ତଥା ଜାତୀୟ ସେବା ଯୋଜନାର ଅଧିକାରିଣୀ ରୀତା କୁମାରୀ ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ।