ଜାତୀୟ ସୁରକ୍ଷା ମାସ: ଲମତାପୁଟରେ ଅଟଳ ବସଷ୍ଟାଣ୍ଡ ଲୋକାର୍ପଣ, ୬ଟି ଇ-ଭେହିକଲ୍ ଚାର୍ଜିଂ ଷ୍ଟେସନ୍ ଓ ୨ଟି ବସ ମାର୍ଗ ପୁନବିନ୍ୟାସ
ଭୁବନେଶ୍ୱର/କୋରାପୁଟ: ଜାତୀୟ ସୁରକ୍ଷା ମାସ ଅବସରରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ କରକମଳରେ ବିଭିନ୍ନ ଲୋକାଭିମୁଖୀ ପରିବହନ ସମ୍ପର୍କିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କ୍ରମରେ କୋରାପୁଟ ଜିଲ୍ଲାର ଲମତାପୁଟ ସ୍ଥିତ ଅଟଳ ବସଷ୍ଟାଣ୍ଡର ଲୋକାର୍ପଣ କରାଯାଇଛି।ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ (IAS) ଓ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର BJP ବିଧାୟକ ଶ୍ରୀ ରଘୁରାମ ମାଛା ଉପସ୍ଥିତ ଥିଲେ ଏବଂ ଲୋକାଭିମୁଖୀ ପରିବହନ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭରେ ଅଂଶଗ୍ରହଣ କରିଥିଲେ।ସହିତେ ୬ଟି ବୈଦୁତିକ ଯାନ (ଇ-ଭେହିକଲ୍) ଚାର୍ଜିଂ ଷ୍ଟେସନ୍ର ଶୁଭାରମ୍ଭ ହୋଇଥିବାବେଳେ, ଯାତ୍ରୀ ସୁବିଧା ଓ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ବସ ସେବା ଅଧୀନରେ ୨ଟି ବସ ପରିଚାଳନା ମାର୍ଗର ପୁନବିନ୍ୟାସ ମଧ୍ୟ କରାଯାଇଛି।ଏହି ପଦକ୍ଷେପଗୁଡ଼ିକ ଯାତ୍ରୀମାନଙ୍କ ପାଇଁ ନିରାପଦ, ସୁବିଧାଜନକ ଓ ପରିବେଶ-ମିତ୍ର ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରେ। ସ୍ଥାନୀୟ ଲୋକେ ଏହି ଉଦ୍ଘାଟନକୁ ସ୍ୱାଗତ କରିଥିବାବେଳେ, ଏହା ଅଞ୍ଚଳର ଯାତାୟାତ ବ୍ୟବସ୍ଥାକୁ ନୂଆ ଗତି ଦେବ ବୋଲି ଆଶା ପ୍ରକାଶ କରାଯାଇଛି।
