ଚାଷୀ ମାନେ ଟୋକନ ଓ ଧାନ ବିକ୍ରୀ ସମସ୍ୟା ନେଇ ଅତାବିରା ତହସିଲଦାରଙ୍କ ସହିତ ଆଲୋଚନା ଅନୁଷ୍ଠିତ। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ମଣ୍ଡିରୁ ଧାନ ଉଠୁନାହିଁ,ଚାଷୀଙ୍କ ଟୋକନ ଆସୁନାହିଁ । ଆଗକୁ ରବି ଚାଷ ପାଇଁ ସମୟ ପାଖକୁ ଆସିଲାଣି । ଚାଷୀ ପାଖରେ ଚାଷ କରିବା ପାଇଁ ଅର୍ଥର ଅଭାବ ରହିଛି । ଏସବୁ ସମସ୍ୟାର ସମାଧାନ ପାଇଁ ଚାଷୀମାନେ ଅତାବିରା ତହସିଲଦାର କେ.ରିଚିକୁମାରଙ୍କ ସହିତ ଆଲୋଚନା କରିଛନ୍ତି । ଏହାସହିତ ଏକ ଦାବୀପତ୍ର ଦେଇଛନ୍ତି ଏଥିରେ ଉଲ୍ଲେଖ ରହିଛି ଯେହେତୁ ରବି ଚାଷ ପାଖେଇ ଆସୁଛି ତେଣୁ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଚାଷୀଙ୍କ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ କରାଯିବା ଏବଂ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଟୋକନ ଶୀଘ୍ର ପ୍ରଦାନ କରାଯିବା ପାଇଁ ଦାବୀ ରହିଛି ।
ଏସବୁ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଚାଷୀମାନେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୌସ୍ତୁଭ ପ୍ରଧାନ,ଜଗନ୍ନାଥ ସାହୁ,ଅନୀଲ ବିଶ୍ଵାଳ,ରବୀନ୍ଦ୍ର ବିଶି,ଚୈତନ୍ୟ କର୍ଣ୍ଣ,ଦୟାସାଗର ପ୍ରଧାନ,ସୁଧୀର ପଧାନ, ସଞ୍ଜୟ ଶଙ୍ଖୁଆ ପ୍ରମୁଖ ଉପସ୍ଥିତ ଥିଲେ ।

