ମା ଆଦିଶକ୍ତି ଭୋଲି ବଲ ଟୁର୍ନାମେଣ୍ଟ ଉଦଯାପିତ

ମା ଆଦିଶକ୍ତି ଭୋଲି ବଲ ଟୁର୍ନାମେଣ୍ଟ ଉଦଯାପିତ

ମା ଆଦିଶକ୍ତି ଭୋଲି ବଲ ଟୁର୍ନାମେଣ୍ଟ ଉଦଯାପିତ

ରାୟଗଡ( ଅମୁଲ୍ୟ ନିଶଙ୍କ ): ରାୟଗଡା ବ୍ଲକ ର କେ ମାଲିଗାଁ ପଂଚାୟତ ର ତରଲାବାଡି ଠାରେ ଗତ 30.12.2025 ରୁ ଆରମ୍ଭ ହୋଇଥିବା ଭୋଲି ବଲ ଟୁର୍ନାମେଣ୍ଟ ଆଜି 09.01.2026 ରେ ଉଦଯାପିତ ହୋଇଯାଇଛି l ଏଥିରେ ଢ଼େପସାହି, ମନ୍ତରଝୋଲା, ମୀରାବାଲି, ପିତେଷୁ, ଜୁରୁଡି, କେଉଁଝରି, ନୁଆଁ ସାହି, କୁରୁପେଣ୍ଟା, ରେଲୱେ, କାଞ୍ଜିବାଡି, ବାରିଝୋଲା, ପିପାଲଗୁଡା, ପୁଲ ଏ ରେ ଓ ଵି ହାଲୁଆ, ମାଲିଗାଁ, କରିବାଇ, ଵି ଏନ ପୁର, ତୁମ୍ବିଗୁଡା, ନଦୀ ସାହି ଚେକଗୁଡ଼ା, ସିଂଗିପୁଟ, ତରଲାବାଡି, ମାରୀଗୁଡା, ଜୟରାମ ଗୁଡା ଦେବଦୋଳା ପୁଲ ବି ରେ ଭାଗ ନେଇଥିଲେ l ଉଦଘାଟନନୀ ଖେଳ ଢ଼େପ ସାହି ଓ ମନ୍ତରଝୋଲା, ଵି ହାଲୁଆ ଓ ମାଲିଗାଁ ମଧ୍ୟ୍ୟ ରେ ଅନୁଷ୍ଠିତ ହୋଇଥିଲା l ପୁଲ ଏ ରୁ ଢ଼େପ ସାହି ସେମିଫାଈନେଲ ରେ ବିଜୟ ହୋଇଥିଲେ ଓ ପୁଲ ଵି ରୁ ସେମିଫାନେଲ ରେ ଜୟରାମଗୁଡା ଦଳ ବିଜୟ ହୋଇଥିଲେ l ଆଜି ର ଫାଇନେଲ ଖେଳ ଢ଼େପସାହି ଓ ଜୟରାମଗୁଡା ମଧ୍ୟ୍ୟ ରେ ଅନୁଷ୍ଠିତହୋଇଥିଲା ଢ଼େପସାହି ବିଜୟ ହୋଇ ଥିବା ବେଳେ ଜୟରାମଗୁଡା ଉପବିଜେତା ହୋଇଥିଲେ l

ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡ ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା ଭେଙ୍କଟେଶ୍ୱର ରାଓ କୋଣ୍ଡା ବାବୁ ଯୋଗ ଦେଇ ବିଜେତା ଦଳଢ଼େପ ସାହି କୁ ନଗଦ 30 ହଜାର ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଦଳ ଜୟ ରାମଗୁଡା କୁ ନଗଦ 20 ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି କୋଣ୍ଡା ବାବୁ ନିଜ ବକ୍ତବ୍ୟ ରେ ଉପସ୍ଥିତ ଜନସାଧାରଣ କୁ କହିଥିଲେ ଜେ ମୋତେ ଯେପରି ଭାବରେ ସମ୍ବର୍ଦ୍ଧିତ କରିଥିବାରୁ ନିଜକୁ ଗର୍ବିତ ଭାଗ୍ୟବାନ ମନେ କରିବା ସହିତ ଆୟାଜନ ସମସ୍ତ କର୍ମକର୍ତ୍ତାଙ୍କୁ ଓ ତରଲାବାଡି ଗ୍ରାମ ବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଆପଣଙ୍କ ଭଲ ପାଇବା ଓ ସହଯୋଗ ହିଁ ମୋର ବଡ଼ ପୁଞ୍ଜି।ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଗ୍ରାମର ଭାଇଚାରା ସମ୍ପର୍କକୁ ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ଭୋଲି ବଲ କ୍ରୀଡ଼ାବିତମାନଙ୍କ ପାଇଁ ଏଭଳି ଆୟୋଜନ ଏକ ପ୍ରେରଣା। ଭୋଲି ବଲ କ୍ରୀଡ଼ା ମନୋଭାବକୁ ଆହୁରି ଦୃଢ କରିବା ସହ ଜାତୀୟସ୍ତରରେ ଏହି କ୍ରୀଡ଼ାର ପ୍ରସାର ଦିଗରେ ଏଭଳି ଆୟୋଜନ ନୂଆ ସୁଯୋଗ ସୃଷ୍ଟି କରିବା ର ଆବଶ୍ୟକ ରହିଛି ବୋଲି କହିଥିଲେ ।

ସମ୍ମାନିତ ଅତିଥିଭାବେ ବିଜେପି ୟୁବ ନେତା କୋଣ୍ଡାବାତୁଲୁଶ୍ରୀନିବାସ,ହସମୁଖ ଭାଇ ହସୁଭାଇ, ଆଇନଜୀବୀ ବିରଜା ପାତ୍ର, ବିଜେପି ଉପସଭାପତି ଚକ୍ରଧର ବିଡ଼ିକା, ପୃଥିବୀରାଜ ଧନପତ ବିଜେପି ଜ଼ିଲ୍ଲା ସାଧାରଣ ସମ୍ପାଦକ, ସମାଜସେବୀ କେ ସି ପଟ୍ଟନାୟକ ଯୋଗ ଦେଇଥିଲେ l ଏହି ଟୁର୍ନାମେଣ୍ଟ କୁ ସଫଳ କରିବା ପାଇଁକମିଟି ସଭାପତି ତିମାନ ହେପୃକା, ଯୁବରାଜ ହୁଇକା, କ୍ରିଷ୍ଣା ପୁଆଲା, ରମା ରାଓ ମଣ୍ଡାଙ୍ଗୀ, ଦୀର୍ଘ ଏକ ମାସ ଧରି ଲାଗିଥିଲେ l ଖେଳ ର ଅନ୍ତିମ ଦିନ ରେଫେରି ( ପରିଚାଳକ ) ରାମକୃଷ୍ଣ କାଳିଆ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ ଦିନ ରାତି ଏକ କରି ଉପଦେଶ ଦେଇଆସୁଥିଲେ କେ ମାଲିଗାଁ ର ଶମ୍ଭୁ ଭାଇ l ଏହି ଟୁର୍ନାମେଣ୍ଟ ଶାନ୍ତିଶୃଙ୍ଖଳା ର ସହିତ ସମାପନ ହୋଇଥିବା ରୁ କମିଟି ପକ୍ଷରୁ ସମସ୍ତ ଖେଳାଳି ଓ ଜନସାଧାରଣ ବକୁ ଅଭିନନ୍ଦନ ଜଣାଇଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ