ଗଜପତି ଜିଲ୍ଲାରେ ଅନୁଷ୍ଠିତ ହୋଇଛି ଆରୋଗ୍ୟ ମିତ୍ର ପ୍ରଶିକ୍ଷଣ ଶିବିର..

ଗଜପତି ଜିଲ୍ଲାରେ ଅନୁଷ୍ଠିତ ହୋଇଛି ଆରୋଗ୍ୟ ମିତ୍ର ପ୍ରଶିକ୍ଷଣ ଶିବିର..

ଗଜପତି ଜିଲ୍ଲାରେ ଅନୁଷ୍ଠିତ ହୋଇଛି ଆରୋଗ୍ୟ ମିତ୍ର ପ୍ରଶିକ୍ଷଣ ଶିବିର..

ଗଜପତି(ମନୋଜ ପାଢ଼ୀ)ପାରଳାଖେମୁଣ୍ଡି ରାଣିପେଣ୍ଠ ନିକଟ ଡେଭିଡ ନଗରରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜଳବାୟୁ ସୁରକ୍ଷା ପରିଷଦର ମୁଖ୍ୟ ଶ୍ରୀ ବିପଦ ବିହାରୀ ଭୋଇ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଳବାୟୁ ସୁରକ୍ଷା ପରିଷଦ ପକ୍ଷରୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପରିଚାଳନା ହେଉଛି।

‎କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତ ପଞ୍ଚାୟତରେ ନିଯୁକ୍ତି ଦିଆଯାଇଛି ଆରୋଗ୍ୟ ମିତ୍ର।ଏହା ମାଧ୍ୟମରେ ଆୟୁଷ ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟ ସେବାରେ ଆୟୁର୍ବେଦ ଔଷଧର ବହୁଳ ବ୍ୟବହାର ଓ ଗ୍ରାମାଞ୍ଚଳରେ ଯୋଗର ଉପାଦେୟତା ନେଇ ପରାମର୍ଶ ଦେବା ସହ ରୋଗ ଚିହ୍ନଟ, ବିଶେଷ କରି ମହିଳାଙ୍କ ସ୍ବାସ୍ଥ୍ୟ ସମସ୍ୟା,ପେଟରେ ଗ୍ୟାସ, ଚର୍ମରୋଗ ଆଦି ନିମନ୍ତେ ଜଳବାୟୁ ସୁରକ୍ଷା ପରିଷଦ ପକ୍ଷରୁ ମାଗଣା ଔଷଧ ବଣ୍ଟନ କରିବେ।ଘରେ ଘରେ ପହଞ୍ଚି ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କରିବା ସହ ଆୟୁର୍ବେଦ ଔଷଧର ବ୍ୟବହାର ନେଇ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ନିୟୋଜିତ ହୋଇଥିବା ଆରୋଗ୍ୟ ମିତ୍ରଙ୍କୁ ତାଲିମ ପ୍ରଦାନ କରାଯାଉଛି।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପୋଲିସ କମିଶନର ଏଲାୟା ପାନ୍ତୁରୁ,ଆୟୁଷ ଡାକ୍ତର ଏନ.ବାଜୁବନ୍ଧ,ସଂଯୋଜକ ଦେବ ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ରହି ଆରୋଗ୍ୟ ମିତ୍ରଙ୍କୁ ପରାମର୍ଶ ଦେଇଥିଲେ ସଠିକ ରୂପେ କାର୍ଯ୍ୟ ସମ୍ପାଦନ ସହ ଲୋକଙ୍କ ନିକଟକୁ ଯାଇ ବ୍ୟବହାର ସମ୍ପର୍କରେ ବୁଝାଇବା ନିମନ୍ତେ।

ସୁନାବେଡାରେ “ସଞ୍ଜୟ ପାତ୍ର (ବିଟୁନା) ସ୍ମୃତି” ଓପେନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ
ସୁନାବେଡାରେ “ସଞ୍ଜୟ ପାତ୍ର (ବିଟୁନା) ସ୍ମୃତି” ଓପେନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ