ପିଏମ ଶ୍ରୀ ଉତ୍ସବ ୨୦୨୫- ୨୬ ଅନୁଷ୍ଠିତ।
ଗଜପତି, ୭.୧.(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସ୍ଥିତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପି ଏମ ଶ୍ରୀ ଉତ୍ସବ ୨୦୨୫- ୨୬ ଅନୁଷ୍ଟିତ ହୋଇଯାଇଛି l ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅଥିତି ମୋହନା ବିଧାୟକ ଦାଶରଥି ଗମାଙ୍ଗ ସମ୍ମାନିତ ଅତିଥି ଏଡିଓ ଏସ.ଗିରିଧାରୀ, ବିଡିଓ ସନ୍ତୋଷ କୁମାର ବାରିକ ଥାନ ଅଧିକାରୀ କମଳା ଚୌଧୁରୀ, ଏବିଇଓ ଯୁଧିଷ୍ଠିର ବେହେରା, ମୁଖ୍ୟବକ୍ତା ଭାବେ ପ୍ରଫେସର ଚିରଞ୍ଜିବି ଶବର ଉପସ୍ଥିତ ଥିଲେ । ପି ଏମ ଶ୍ରୀ ବିଦ୍ୟାଳୟ ହେବା ଦ୍ବାରା ବିଦ୍ୟାଳୟ ଟି ମଡେଲ ବିଦ୍ୟାଳୟ ଭାବେ ଗଠନ କରି ବିଦ୍ୟାଳୟ ଟି ଡିଜିଟାଲାଇଜେସନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଭଲପାଠ ପଢା ସହ ଆଗକୁ ବଢିବା ପାଇଁ ପ୍ରଛାହନ ମିଳିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଲକ୍ଷ ନେଇ ପାଠ ପଢିଲେ ଜଣେ ବଡ ଲୋକ ହଇ ପାରିବ ବୋଲି କହିବା ସହିତ ନିଜ ଜୀବନରେ ଘଟିଥିବା ଘଟଣା ଗୁଡିକୁ ପ୍ରକାଶ କରିଥିଲେ ମୁଖ୍ୟ ବକ୍ତା ଶ୍ରୀ ଶବର ।
ଭାରତ ସରକାର ଉକ୍ତ ବିଦ୍ୟାଳୟକୁ ପି ଏମ ଶ୍ରୀ ବିଦ୍ୟାଳୟ ଘୋଷଣା ପରେ ଏହି ଉତ୍ସବ ପ୍ରଥମ ଥର ପାଇଁ ହଇଥିବା ବେଳେ ଆକାଂକ୍ଷୀ ଛାତ୍ର ପରିଷଦ ଟେଲେଣ୍ଟ ଗ୍ୟାଲେରୀ, ସାହିତ୍ୟସୃଜନୀ, କୌଶଳୀ ଜିଜ୍ଞାସା, କ୍ରୀଡାଙ୍କନ୍, ଦୋକାନ ଯାତ୍ରା, ଜାତୀୟ ଶିକ୍ଷା, ମଡେଲ ବ୍ୟାଙ୍କ ଭଳି ବିଭିନ୍ନ ଷ୍ଟଲ୍ ରେ ୪୨୨ଜଣ ଛାତ୍ର ଛାତ୍ରୀ ମାନେ ଉତ୍ସାହର ସହ ଭାଗନେଇଥିଲେ। ସେଥି ମଧ୍ୟରୁ ଭଲ ପ୍ରଦର୍ଶନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ପରେ ପିଲା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଥିଲା। ଏଥିରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ଓ ଜିଲ୍ଲା ର ବିଭିନ୍ନ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ସହକାରୀ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ମଞ୍ଚ ପରିଚାଳନା କରିଥିଲେ।

