ଦେଓମାଳୀ ପବ୍ଲିକ ସ୍କୁଲର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର……..୩୨ୟୁନିଟ ରକ୍ତ ସଂଗ୍ରହ। ସେମିଳିଗୁଡା.ତାରିଖ ୪-୧-୨୦୨୬-ସେମିଳିଗୁଡା ନିକଟସ୍ଥ ବେହେରାଗୁଡାରେସ୍ଥିତ ଦେଓମାଳୀ ପବ୍ଲିକ ସ୍କୁଲର ପ୍ରତିଷ୍ଠା ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ରକ୍ତଦାନ ଶିବିରକୁ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜୟଚନ୍ଦ୍ର ଖେମୁଣ୍ଡୁ ଫିତାକାଟି ଉଦଘାଟନ କରିଥିଲେ।ଶିବିରରେ ସମୁଦାୟ ୩୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଶିବିରରେ ପରିଚାଳନାକମିଟିର ଉପଦେଷ୍ଟା ରାୟଗଡା ଜିଲ୍ଲା ମୂଖ୍ଯ ଉନ୍ନୟନ ଅଧିକାରୀ (ସିଡିଓ)ଶ୍ରୀ ଅକ୍ଷୟ ଖେମୁଣ୍ଡୁ ଯୋଗ ଦେଇ ସମସ୍ତଙ୍କୁ ଉସ୍ଚାହିତ କରିଥିଲେ। ତାଙ୍କ ସହିତ ଆସିଥିବା ତିନିଜଣ ଏପିଡି ରଶ୍ମିକାନ୍ତ ପରିଡା,ପ୍ରଭାତ କୁମାର ଲେଙ୍କା ,ଅଜାତଶତ୍ରୁ ରାଉତ ରକ୍ତଦାନ କରିଥିଲେ। ବିଦ୍ୟାଳୟ ପରିଚାଳନାକମିଟିର ସାଧାରଣ ସମ୍ପାଦକ ତଥା ସୁନାବେଡା ପୌର ପରିଷଦର ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର ଓ କୋଷାଧ୍ୟକ୍ଷ ପ୍ରଦୀପ ପାତ୍ର ନିଜେ ରକ୍ତଦାନ କରି ଅନ୍ଯ ମାନଙ୍କୁ ପ୍ରେରଣା ଯୋଗାଇ ଥିଲେ।ବିଦ୍ୟାଳୟର ଅଧ୍ୟକ୍ଷ କରାମତି ଅଲ୍ଲୀ ଓ ଉପାଧ୍ୟକ୍ଷ ଜୟ ବାଡତ୍ୟା ଶିବିର ଆୟୋଜନ କରିଥିଲେ। ଓଡିଶା ରକ୍ତଦାତା ସଂଘର ଡକ୍ଟର ନରେଶ ଚନ୍ଦ୍ର ସାହୁ,ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ପ୍ରଦୀପ କୁମାର ତ୍ରିପାଠୀ,ସ୍ନିଗ୍ଧାରାଣୀ ମିଶ୍ର,ବିଜୟ ସାହୁ,ଜ୍ବୋସ୍ନା ବାଡତ୍ୟା ପ୍ରମୂଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର ଡାକ୍ତର ମଧୁସୂଦନ ବଳିୟାରସିଂହ ଓ କର୍ମଚାରୀ ଦେବବ୍ରତ, ସଂଜୟ,ରବୀନ୍ଦ୍ର ଓ କୈବଲ୍ୟ ଦାସ ରକ୍ତ ସଂଗ୍ରହ କରିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ଜନ ହିତକର ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି। ସ
ଦେଓମାଳୀ ପବ୍ଲିକ ସ୍କୁଲର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର……..୩୨ୟୁନିଟ ରକ୍ତ ସଂଗ୍ରହ।
