କୋରାପୁଟ ଜିଲ୍ଲାପାଳଙ୍କ ଲମତାପୁଟ ବ୍ଲକ ଗସ୍ତ: ବିଭିନ୍ନ ବିକାଶ କାର୍ଯ୍ୟର ସମୀକ୍ଷା

କୋରାପୁଟ ଜିଲ୍ଲାପାଳଙ୍କ ଲମତାପୁଟ ବ୍ଲକ ଗସ୍ତ: ବିଭିନ୍ନ ବିକାଶ କାର୍ଯ୍ୟର ସମୀକ୍ଷା

କୋରାପୁଟ ଜିଲ୍ଲାପାଳଙ୍କ ଲମତାପୁଟ ବ୍ଲକ ଗସ୍ତ: ବିଭିନ୍ନ ବିକାଶ କାର୍ଯ୍ୟର ସମୀକ୍ଷା

ଲମତାପୁଟ (କୋରାପୁଟ):କୋରାପୁଟ ଜିଲ୍ଲାପାଳ ଆଜି ଲମତାପୁଟ ବ୍ଲକ ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ ସରକାରୀ ସଂସ୍ଥାଗୁଡ଼ିକର ପରିଦର୍ଶନ କରିଛନ୍ତି।ଗସ୍ତ ଅବସରରେ ଜିଲ୍ଲାପାଳ ମାଳିପେଟା ସ୍ଥିତ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମିନି ଷ୍ଟାଡିୟମ, ବସଷ୍ଟାଣ୍ଡ ଓ ନୂତନ ଭାବେ ପ୍ରତିଷ୍ଠିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ।ଏହା ସହ ଗୁନେଇପଡ଼ା ଗ୍ରାମ ପଞ୍ଚାୟତର ଘୋଡ଼ାବେଡା ଠାରେ ନିର୍ମିତ ଚେକ୍ ଡ୍ୟାମ୍, ଡ୍ରାଗନ ଫଳ ଚାଷ ଓ ତୁସୁବା ସ୍ଥିତ ଉନ୍ନୀତ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାର୍ଥୀ ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ଶିକ୍ଷାର ଗୁଣାତ୍ମକ ବିକାଶ ଉପରେ ଜୋର ଦେଇ ଆବଶ୍ୟକ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ।ତଦୁପରି ସିନ୍ଧିପୁଟ ଠାରୁ ଟିକରପଡ଼ା ପର୍ଯ୍ୟନ୍ତ ନିର୍ମାଣଧିନ ସେତୁ କାର୍ଯ୍ୟର ସମୀକ୍ଷା କରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମାପନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ଏହି ଗସ୍ତ ଦ୍ୱାରା ଲମତାପୁଟ ବ୍ଲକରେ ଚାଲୁଥିବା ବିକାଶ କାର୍ଯ୍ୟର ଗତି ଆହୁରି ତ୍ବରାନ୍ୱିତ ହେବ ବୋଲି ଆଶା ପ୍ରକାଶ ପାଇଛି।

ରିପୋର୍ଟ: ଚନ୍ଦନ ପ୍ରସାଦ Information Media