ବ୍ରହ୍ମପୁର ଧୋବା ବନ୍ଧହୁଡ଼ା ଭେଣ୍ଡିଂ ଜୋନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୫ ଦୋକାନ ଜଳିଗଲା

ବ୍ରହ୍ମପୁର ଧୋବା ବନ୍ଧହୁଡ଼ା ଭେଣ୍ଡିଂ ଜୋନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୫ ଦୋକାନ ଜଳିଗଲା

ବ୍ରହ୍ମପୁର ଧୋବା ବନ୍ଧହୁଡ଼ା ଭେଣ୍ଡିଂ ଜୋନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୫ ଦୋକାନ ଜଳିଗଲା

ବ୍ରହ୍ମପୁର :ବ୍ରହ୍ମପୁର ସହରର ବଡ଼ବଜାର ଥାନା ଅଧୀନ ଧୋବା ବନ୍ଧହୁଡ଼ା ଭେଣ୍ଡିଂ ଜୋନ୍‌ରେ ଶୁକ୍ରବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୋଟିଏ ଦୋକାନରୁ ଆରମ୍ଭ ହୋଇଥିବା ନିଆଁ ଦ୍ରୁତ ଗତିରେ ବ୍ୟାପି ମୋଟ ୫ଟି ଦୋକାନକୁ ଜଳାଇଦେଇଛି।ନିଆଁ ଲାଗିବା ପରେ ଭେଣ୍ଡିଂ ଜୋନ୍‌ରେ ଆତଙ୍କ ସୃଷ୍ଟି ହୋଇଥିଲା। ଖବର ପାଇ ସତ୍ୱର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ଲାଗିଛନ୍ତି।ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ କ୍ଷୟକ୍ଷତିର ମୂଲ୍ୟାୟନ ଜାରି ରହିଛି। ଏହି ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି।