ଥେରୁବାଲି ପ୍ରିମିୟର ଲିଗ୍ ସିଜନ 4 ର ସମାପ୍ତି ଜି ସୁପର କିଙ୍ଗ୍ ଚାମ୍ପିଅନ୍ରା

ଥେରୁବାଲି ପ୍ରିମିୟର ଲିଗ୍ ସିଜନ 4 ର ସମାପ୍ତି ଜି ସୁପର କିଙ୍ଗ୍ ଚାମ୍ପିଅନ୍ରା

ଥେରୁବାଲି ପ୍ରିମିୟର ଲିଗ୍ ସିଜନ 4 ର ସମାପ୍ତି ଜି ସୁପର କିଙ୍ଗ୍ ଚାମ୍ପିଅନ୍ରା

ରାୟଗଡ଼ା,( ଅମୁଲ୍ୟ ନିଶଙ୍କ ): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ଥେରୁବାଲି ଠାରେ ଅନୁଷ୍ଠିତ ଥେରୁବାଲି ପ୍ରିମିୟର ଲିଗ କ୍ରିକେଟ୍ ସିଜନ 4 ଟୁଣ୍ଠାମେଣ୍ଟର ଆଜି ଫାଇନାଲ ମ୍ୟାଚରେ ଜି ସୁପର କିଙ୍ଗ ଚାମ୍ପିଅନ୍ ହୋଇଥ‌ିବା ବେଳେ ଅନ୍ ଟ୍ରେଡର୍ସ ଦଳ ଉପ ବିଜେତା ହୋଇଥିଲେ I ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଟିପିଏଲସି କମିଟିର ସଭାପତି ଅଶୋକ ହିକକା, ଉପସଭାପତି ଅନୁପ ବିଶ୍ବାସ, ସମ୍ପାଦକ ଜଗଦିଶ ମହାପାତ୍ର, ଜିତୁ ଅଟକା, ଭରତ ଅଟକା, ମନୋଜ ଲେଙ୍କା, ରାହୁଲ କଣ୍ଡାଗରୀ, ରକେଶ ସିଂ ପ୍ରମୁଖ ଆୟୋଜନ କରିଥିଲେ। ଆଜି ଫାଇନାଲ ମ୍ୟାଚ ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଜୁ ସ୍ବାଭିମାନ ମଞ୍ଚର ଆବାହକ ଏନ ଭାସ୍କର ରାଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେତା ଏବଂ ଉପ ବିଜେତାଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ I

ଏହି ଅବ ଅବସରରେ ରେ କେସିସି ବ୍ୟାଙ୍କ ନିର୍ଦ୍ଦେଶକ ବି ତିରୁପତି, ଆଦିତ୍ୟ ଲଜେଷ୍ଟିକର ମୁଖ୍ୟ ଏନ କ୍ରୀଷ୍ଣା ଚୈତନ୍ୟ ପ୍ରମୁଖ ସମ୍ମାନିତ ଅତିଥୂ ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ବିଜେତା । ଜି ସୁପର କିଙ୍ଗ ଦଳକୁ ୪୦ହଜାର ଟଙ୍କା ଅର୍ଥରାଶି ସହ କପ୍ ପ୍ରଦାନ କରିଥିବାବେଳେ ଉପବିଜେତା ଉପବିଜେତା ଦଳକୁ ଦଳକୁ ୩୦ ୩୦ ହଜାର ଟଙ୍କା ଅର୍ଥଟ ଅର୍ଥରାଶି ସହ କପ୍ ପ୍ରଦାନ କରିଥିଲେ I ମ୍ୟାଚ ଗୁଡିକୁ ଅମ୍ପ ଅମ୍ପାୟର ଭାବେ ପିଣ୍ଡୁ ହିକା, ରମେଶ ଝୋଡିଆ ପରିଚାଳନା କଟୁ କରୁଥିବା ବେଳେ ମ୍ୟାଚ ମ୍ୟାଚ ଧାର ଧାରାବିବରଣୀ ନକୁଳ କୁମାର ପ୍ରଦାନ କରିଥିଲେ।

ସ୍ଥାନୀୟ ୬ଟି ପଞ୍ଚାୟତର ସରପ ସରପଞ୍ଚ ସମିତ ସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ଇ ଏହି ଟୁର୍ନାମେଣ୍ଟ ଟି ଶାନ୍ତିଶୃଙ୍ଖଳା ର ସହିତ ସମାପ୍ତି ହୋଇଥିବା ରି କିମିଟି ସଭାପତି ଅଶୋକ ହିକକା ଖେଳାଳି ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଇଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ