ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଚିବ ଯାମିନୀ ଷଡ଼ଙ୍ଗୀଙ୍କ ରାୟଗଡ ଜିଲ୍ଲା ପରିଦର୍ଶନ ଓ ସମୀକ୍ଷା

ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଚିବ ଯାମିନୀ ଷଡ଼ଙ୍ଗୀଙ୍କ ରାୟଗଡ ଜିଲ୍ଲା ପରିଦର୍ଶନ ଓ ସମୀକ୍ଷା

ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଚିବ ଯାମିନୀ ଷଡ଼ଙ୍ଗୀଙ୍କ ରାୟଗଡ ଜିଲ୍ଲା ପରିଦର୍ଶନ ଓ ସମୀକ୍ଷା

ରାୟଗଡ଼ା, ୩୦/୧୨; ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଚିବ ଶ୍ରୀମତୀ ୟାମିନି ଷଡ଼ଙ୍ଗୀ (ଭାପ୍ରସେ) ଦୁଇଦିନିଆ ରାୟଗଡ ଜିଲ୍ଲା ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀଙ୍କ ଗସ୍ତ ସମୟରେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି (ଭାପ୍ରସେ) ଉପସ୍ଥିତ ଥିଲେ। ଗତକାଲି ସ୍ଥାନୀୟ ବିଲାମାଳ ଠାରେ ଉତ୍କଳ ଆଲୁମିନା ସିଏସଆର୍ ଅନ୍ତର୍ଗତ ପ୍ରତିଷ୍ଠା ହୋଇଥିବା ଦୁଇଗୋଟି ପ୍ରକଳ୍ପ ଯଥା ସୋଲାର ଚାଳିତ ଶୀତଳ ଭଣ୍ଡାର ଓ ରୋଷ୍ଟେଡ ମିଲେଟ ୟୁନିଟକୁ ପରିଦର୍ଶନ କରିଥିଲେ।

ଉତ୍କଳ ଆଲୁମିନା ପକ୍ଷରୁ ଗ୍ରାମାଞ୍ଚଳରେ ଏଭଳି ଲୋକାଭିମୁଖୀ କାର୍ଯ୍ୟ କରିଥିବାରୁ କମ୍ପାନୀ କତୃପକ୍ଷଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସୋଲାର ଚାଳିତ ଶୀତଳ ଭଣ୍ଡାର ଦ୍ଵାରା ସ୍ଥାନୀୟ ଅଞ୍ଚଳର ୧୮୦ ଜଣ ଚାଷୀ ଉପକୃତ ହୋଇଥିବା ବେଳେ ଏଭଳି ଦୁର୍ଗମ ଅଞ୍ଚଳରେ ଚାଷୀ ନିଜ ଉତ୍ପାଦିତ ପନିପରିବା ଫସଲ ଦୀର୍ଘ ଦିନ ଯାଏଁ ସତେଜ ରଖିବା ସହ ବାହାର ବଜାରରେ ବିକ୍ରୟ କରି ଲାଭବାନ ହେଉଥିବା ଜାଣି ସନ୍ତୋଷ ଵ୍ୟକ୍ତ କରିଥିଲେ। ଆଗାମୀ ଦିନରେ ପ୍ଲାଣ୍ଟ ପର୍ଶ୍ୱସ୍ଥ ଗାଁ ଗୁଡିକରେ ଏହାକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ।

ସେହିପରି ରୋଷ୍ଟେଡ ମିଲେଟ୍ ୟୁନିଟକୁ ପରିଦର୍ଶନରେ ଯାଇ ସେଠାରେ ମାଣ୍ଡିଆରେ ତିଆରି ବିଭିନ୍ନ ବିସ୍କିଟ ଓ କୁକିଜ୍ ଆଦି ଦେଖି ଖୁସି ବ୍ୟକ୍ତ କରିଥିଲେ। ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ଏଭଳି ଅଭିନବ ପ୍ରୟାସ ପାଇଁ ସିଏସଆର୍ ଟିମକୁ ପ୍ରଶଂସା କରିଥିଲେରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଏହାର ସିଏସଆର୍ ଅନ୍ତର୍ଗତ ଚାଲିଥିବା ପ୍ରକଳ୍ପ ଗୁଡ଼ିକୁ ପରିଦର୍ଶନ କରିଥିଲେ । ଶ୍ରୀମତୀ ଷଡ଼ଙ୍ଗୀଙ୍କ ଗସ୍ତ ସମୟରେ ଉତ୍କଳ ଆଲୁମିନା ସିଏସଆର୍ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଆଜି ଶ୍ରୀମତୀ ଷଡ଼ଙ୍ଗୀ ସ୍ଥାନୀୟ ଗ୍ରାମୀୟ ନିର୍ମାଣ ବିଭାଗ କାର୍ଯ୍ୟାଳୟ ଠାରେ ବିଭାଗ ଦ୍ୱାରା ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ l

ଏହାପରେ ସ୍ଥାନୀୟ ସିଟି ଜିଏସଟି କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ lଅପରାହ୍ନରେ ଵିଷମ କଟକ ଗସ୍ତ କରି ଡ଼ଙ୍ଗରିଆ ସାଲ କlପlଡ଼ାଗୁନ୍ଦା ପ୍ରସ୍ତୁତି ସମ୍ପର୍କରେ ଚାଟିକଣା ସ୍ଥିତ ଯାଯାବର ଠାରେ ଡ଼ଙ୍ଗରିଆ ସାର ବୁଣାକାର ମାନଙ୍କ ସହିତ ଆଲୋଚନା କରିଥିଲେ l ସେଠାରୁ ଵିଷମ କଟକ ବ୍ଲକରେ ଠାରେ ଚାଲିଥିବା ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ, ଗ୍ରାମୀୟ ନିର୍ମାଣ ବିଭାଗ ରାସ୍ତା, ବାଲିଆ ପଦର ଓ ପଣସ ପଦର ରାସ୍ତା ପରିଦର୍ଶନ କରିଥିଲେ l

ଏହାପରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ଥରୀୟ ବିଭିନ୍ନ ବିଭାଗ ସମ୍ପର୍କରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ କୁଲକାର୍ଣ୍ଣିଙ୍କ ଉପସ୍ଥିତରେ ସମୀକ୍ଷା କରିଥିଲେ l ବିଶେଷ କରି ଶକ୍ତି ବିଭାଗ, ସାମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ସ୍ୱାସ୍ଥ୍ୟ, ଗଣଶିକ୍ଷା, ମଙ୍ଗଳ ବିଭାଗ, ଗ୍ରାମୀୟ ନିର୍ମାଣ, ଗୃହ ଓ ନଗର ଉନ୍ନୟନ ବିଭାଗ ଆଦି ଉପରେ ସମୀକ୍ଷା କରିଥିଲେ lଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ,ସାଧାରଣ ନବୀନ ଚନ୍ଦ୍ର ନାଏକ,ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ, ନିହାର ରଞ୍ଜନ କହଁର, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ -ତଥା -କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ରାୟଗଡ଼ ରମେଶ କୁମାର ଜେନା, ସାମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ, ଅଜୟ କୁମାର ପ୍ରଧାନ ଅନ୍ୟାନ୍ୟ