ଭଞ୍ଜନଗର ଉପଖଣ୍ଡ ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ।

ଭଞ୍ଜନଗର ଉପଖଣ୍ଡ ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ।

*ଭଞ୍ଜନଗର ଉପଖଣ୍ଡ ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର ) ଭଞ୍ଜନଗର ଡାକ୍ତରଖାନା ପରିସରରେ “ସଖୀ ସମ୍ବଳ” ୱନ୍ ଷ୍ଟପ୍ ସେଣ୍ଟର୍ କାର୍ଯ୍ୟାଳୟକୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ କର କମଳ ରେ ଉଦ୍ଘାଟନ ହୋଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ଭି କୀର୍ତ୍ତି ଭାସନ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦେ, ମେଡିକାଲ ଅଧିକ୍ଷକ ଶ୍ରୀଯୁକ୍ତ ଶୀତାଂଶୁ ଶେଖର ଶତପଥୀ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା,ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ଡି ନାଗରତ୍ନମ୍, ଅତିରିକ୍ତ ଅଧିକ୍ଷକ ଶ୍ରୀଯୁକ୍ତ ଦୀପକ କୁମାର ମିଶ୍ର , ମେଡିକାଲ ପରିଚାଳକ ଶ୍ରୀଯୁକ୍ତ ବିଚିତ୍ର କୁମାର ପାଣିଗ୍ରାହୀ, ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସନ୍ତୋଷ ତିଆଡି, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ଆଦି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲାଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ଯଥା ଅଙ୍ଗନବାଡି,ଆଶା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ପୋଲିସ ଓ ବିଭିନ୍ନ ବିଭାଗ ର କର୍ମଚାରୀ ମାନେ ଯୋଗ ଦେଇଥିଲେ।