ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ
ବ୍ରହ୍ମପୁର : (କୈଳାଶ ଚନ୍ଦ୍ର ଚୌଧୁରୀ)ଆଜି କଂଗ୍ରେସ ପ୍ରତିଷ୍ଠା ଦିବସ ଅବସରରେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରା ପିସିସି ସଦସ୍ୟ ତଥା ଗତ ନିର୍ବାଚନରେ କଂଗ୍ରେସର ଦଳୀୟ ପ୍ରାର୍ଥୀ ହରେକୃଷ୍ଣ ରଥଙ୍କ ନେତୃତ୍ୱରେ ବଡଗଡ଼ ଠାରୁ ଆରମ୍ଭ ହୋଇଥିଲା।ଶୋଭାଯାତ୍ରାଟି ସୋରଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନ ସହିତ ଷଡ଼ଙ୍ଗୀ ପଲ୍ଲୀ, କଣ୍ଟେଇପଲ୍ଲୀ, ଗାଙ୍ଗପୁର, ନେଟେଙ୍ଗା ଆଦି ଅଞ୍ଚଳ ପରିଭ୍ରମଣ କରି ବେଲଗୁଣ୍ଠାରେ ପହଞ୍ଚିଥିଲା।
ବେଲଗୁଣ୍ଠାଠାରେ ଆୟୋଜିତ ଏକ ସାଧାରଣ ସଭାରେ କଂଗ୍ରେସ ଶାସନ ଅମଳରେ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟ, ବିକାଶମୂଳକ ପଦକ୍ଷେପ ଓ ସାମାଜିକ ନ୍ୟାୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ସତ୍ୟନାରାୟଣ ପାତ୍ର, ଦିଲିପ ସୁଆର, ସନ୍ତୋଷ କୁମାର ପଟ୍ଟନାୟକ, ବିନାୟକ ଗୌଡ଼ ସହିତ ବହୁ କର୍ମୀ, କର୍ମକର୍ତ୍ତା ଓ ଶୁଭେଚ୍ଛୁବୃନ୍ଦ ଉପସ୍ଥିତ ଥିଲେ।

