ରାଉରକେଲାରେ ଦୁଇଟି ନୂଆ ବସକୁ ଦୁର୍ବୃତ୍ତଙ୍କ ଅଗ୍ନିସଂଯୋଗ

ରାଉରକେଲାରେ ଦୁଇଟି ନୂଆ ବସକୁ ଦୁର୍ବୃତ୍ତଙ୍କ ଅଗ୍ନିସଂଯୋଗ

ରାଉରକେଲାରେ ଦୁଇଟି ନୂଆ ବସକୁ ଦୁର୍ବୃତ୍ତଙ୍କ ଅଗ୍ନିସଂଯୋଗ

ରାଉରକେଲା: ସାରନଗରୀ ଅଞ୍ଚଳର ବାଲିଝୁଡି ସ୍ଵପ୍ନେଶ୍ଵର ମନ୍ଦିର ନିକଟରେ ଛିଡ଼ା ହୋଇଥିବା ଦୁଇଟି ନୂଆ ବସକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ପରିବହନ ବିଭାଗରୁ ପରମିଟ ବାହାରି ନଥିବାରୁ ଏହି ଦୁଇଟି ବସ ଦୀର୍ଘଦିନ ଧରି ଉକ୍ତ ସ୍ଥାନରେ ଛିଡ଼ା ହୋଇଥିଲା।

ଗତ ରାତିରେ କିଛି ଅଜଣା ଦୁର୍ବୃତ୍ତ ଆସି ବସ ଦୁଇଟିକୁ ଅଗ୍ନିସଂଯୋଗ କରି ଫେରାର ହୋଇଯାଇଥିବା କୁହାଯାଉଛି।ଅଗ୍ନିକାଣ୍ଡରେ ବସ ଦୁଇଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯାଉଛି।