କୋରାପୁଟ ଫରେଷ୍ଟ ଡିଭିଜନର ଫରେଷ୍ଟର ନିରଞ୍ଜନ ସତପଥୀଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

କୋରାପୁଟ ଫରେଷ୍ଟ ଡିଭିଜନର ଫରେଷ୍ଟର ନିରଞ୍ଜନ ସତପଥୀଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

କୋରାପୁଟ ଫରେଷ୍ଟ ଡିଭିଜନର ଫରେଷ୍ଟର ନିରଞ୍ଜନ ସତପଥୀଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର, ୨୬ ଡିସେମ୍ବର ୨୦୨୫:ଅବୈଧ ସମ୍ପତ୍ତି (ଡିଏ–Disproportionate Assets) ଅର୍ଜନ ଅଭିଯୋଗରେ କୋରାପୁଟ ଫରେଷ୍ଟ ଡିଭିଜନର ଫରେଷ୍ଟର ଶ୍ରୀ ନିରଞ୍ଜନ ସତପଥୀଙ୍କ ସଂପୃକ୍ତ ୫ଟି ସ୍ଥାନରେ ଆଜି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସମୟସାପେକ୍ଷ ଚଢ଼ାଉ ଆରମ୍ଭ ହୋଇଛି।ମହାମାନ୍ୟ ବିଶେଷ ନ୍ୟାୟାଧୀଶ (ଭିଜିଲାନ୍ସ), ଭୁବନେଶ୍ୱରଙ୍କ ଜାରି କରାଯାଇଥିବା ସର୍ଚ୍ଚ ଓୟାରେଣ୍ଟ ଆଧାରରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ସହ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି।

ଭୁବନେଶ୍ୱର, ଜଗତସିଂହପୁର ଓ କୋରାପୁଟ ଜିଲ୍ଲାର ନିମ୍ନଲିଖିତ ସ୍ଥାନଗୁଡ଼ିକରେ ତଲାଶୀ ଚାଲିଛି—ଭୁବନେଶ୍ୱର ଝାରପଡା ଅଞ୍ଚଳରେ ଅବସ୍ଥିତ ପ୍ଲଟ୍ ନଂ– 408/2390/6388 ଉପରେ ଥିବା ତିନିତଳା ଭବନଭୁବନେଶ୍ୱର ଝାରପଡାରେ ଅବସ୍ଥିତ ପ୍ଲଟ୍ ନଂ– 408/2390/6274 ଉପରେ ଥିବା ଅନ୍ୟ ଏକ ତିନିତଳା ଭବନଜଗତସିଂହପୁର ଜିଲ୍ଲା, ମୁକୁନ୍ଦପୁର ଥାନା ଅନ୍ତର୍ଗତ ବିଲା ଗାଁରେ ଥିବା ପୈତୃକ ଘରକୋରାପୁଟ ଫରେଷ୍ଟ ଡିଭିଜନ ଅଧୀନ ସେମିଲିଗୁଡାରେ ଥିବା ସରକାରୀ କ୍ୱାର୍ଟରସେମିଲିଗୁଡାରେ ଅବସ୍ଥିତ ତାଙ୍କର କାର୍ଯ୍ୟାଳୟ କକ୍ଷତଲାଶୀ ସମୟରେ ଚଳ ଓ ଅଚଳ ସମ୍ପତ୍ତି ସମ୍ପର୍କରେ ଯାଞ୍ଚ ଚାଲିଥିବା ଜଣାପଡ଼ିଛି।ତଲାଶୀ କାର୍ଯ୍ୟ ଚାଲୁ ରହିଛି। ଅଧିକ ସୂଚନା ପରେ ମିଳିବ।