ସେଞ୍ଚୁରିଅନ୍ ପବ୍ଲିକ୍ ସ୍କୁଲରେ ଧୁମଧାମରେ ପାଳିତ ସେନଫେଷ୍ଟ –15.0’ ବାର୍ଷିକ ଉତ୍ସବ

ସେଞ୍ଚୁରିଅନ୍ ପବ୍ଲିକ୍ ସ୍କୁଲରେ ଧୁମଧାମରେ ପାଳିତ ସେନଫେଷ୍ଟ –15.0’ ବାର୍ଷିକ ଉତ୍ସବ
Spread the love

ସେଞ୍ଚୁରିଅନ୍ ପବ୍ଲିକ୍ ସ୍କୁଲରେ ଧୁମଧାମରେ ପାଳିତ ସେନଫେଷ୍ଟ –15.0’ ବାର୍ଷିକ ଉତ୍ସବ

ରାୟଗଡ଼( ଅମୁଲ୍ୟ ନିଶଙ୍କ ): ସ୍ଥାନୀୟ ସେଞ୍ଚୁରିଅନ୍ ପବ୍ଲିକ୍ ସ୍କୁଲ ପକ୍ଷରୁ ୨୩.୧୨.୨୦୨୫ ତାରିଖରେ ବିଦ୍ୟାଳୟ ପ୍ରାଙ୍ଗଣରେ ବାର୍ଷିକ ଉତ୍ସବ ‘ସେନଫେଷ୍ଟ–15.0’ ଅତ୍ୟନ୍ତ ଭବ୍ୟ ଓ ଆଡମ୍ବରମୟ ଭାବେ ପାଳିତ ହୋଇଯାଇଛି ।ଉତ୍ସବ ସମଗ୍ର ଦିନ ଶିଷ୍ଟାଚାର, ଶୃଙ୍ଖଳା ଓ ଉତ୍ସାହର ମନୋହର ସମ୍ମିଳନ ଦେଖାଇଥିଲା । ଏହି ଅବସରରେ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜ଼ିଲ୍ଲାପାଳ ରାୟଗଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଶ୍ରୀ ଭଜନ ଲାଲ ମାଝି, ଅତିରିକ୍ତ ଜ଼ିଲ୍ଲା ଶିକ୍ଷାଧିକାରୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଟାଉନ୍ କ୍ୟାମ୍ପସର ପ୍ରଶାସିକା ଶ୍ରୀମତୀ ସସ୍ମିତା ମହାନ୍ତି ବାର୍ଷିକ ବିବରଣୀ ପଠନ କରି ବିଦ୍ୟାଳୟର ଶିକ୍ଷାତ୍ମକ, ସାଂସ୍କୃତିକ ଓ କ୍ରୀଡ଼ା ସଫଳତା ଉପସ୍ଥାପନ କରିଥିଲେ।

ସେହିପରି ପିତIମହଲ କ୍ୟାମ୍ପସ ପକ୍ଷରୁ ଶ୍ରୀ ଆର.କେ. ମହାପାତ୍ର ମଧ୍ୟ ବାର୍ଷିକ ବିବରଣୀ ପାଠକରି ବିଦ୍ୟାଳୟର ସମଗ୍ର ଉନ୍ନତି ଯାତ୍ରାକୁ ଆଲୋକିତ କରିଥିଲେ ।ରିଜିଓନାଲ୍ ଡାଇରେକ୍ଟର ଡା. ରାଜେଶ କୁମାର ପାଢ଼ୀ ଶିକ୍ଷାବର୍ଷ ୨୦୨୪–୨୫ ମଧ୍ୟରେ ବିଦ୍ୟାଳୟର ଉଲ୍ଲେଖନୀୟ ସାଧନା ଉପରେ ଆଲୋକପାତ କରି, ଭବିଷ୍ୟତରେ ବିଦ୍ୟାଳୟକୁ ଆହୁରି ଉଚ୍ଚ ଶିଖରକୁ ନେଇଯିବା ପାଇଁ ସମସ୍ତଙ୍କୁ ଶ୍ରେଷ୍ଠ ପ୍ରୟାସ କରିବାର ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ନବୀନ ଚନ୍ଦ୍ର ନାୟକ ତାଙ୍କ ଉଦବୋଧନରେ କହିଥିଲେ ଯେ, ସେଞ୍ଚୁରିଅନ୍ ପବ୍ଲିକ୍ ସ୍କୁଲ କେବଳ ଶିକ୍ଷା ପ୍ରଦାନ କରୁଥିବା ଏକ ସଂସ୍ଥା ନୁହେଁ, ବରଂ ଶିଷ୍ଟାଚାର, ମୂଲ୍ୟବୋଧ ଓ ସମଗ୍ର ବ୍ୟକ୍ତିତ୍ୱ ଗଢ଼ିବାରେ ଏହାର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ। ଛାତ୍ରଛାତ୍ରୀମାନେ ଶିକ୍ଷା ସହିତ ସାମାଜିକ ଦାୟିତ୍ୱକୁ ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ ।ସମ୍ମାନିତ ଅତିଥି ଶ୍ରୀ ଭଜନ ଲାଲ ମାଝି ତାଙ୍କ ସଂକ୍ଷିପ୍ତ ଭାଷଣରେ ବିଦ୍ୟାଳୟର ଶିକ୍ଷାତ୍ମକ ପରିବେଶ, ଶୃଙ୍ଖଳା ଓ ସାଂସ୍କୃତିକ ଚେତନାକୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୃଜନଶୀଳତା ଓ ନେତୃତ୍ୱ ଗୁଣ ଉନ୍ମେଷ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ ।

ଏହି ଉତ୍ସବ ରେ ଦଶମ ଶ୍ରେଣୀ ର ଛାତ୍ରୀ ସୁଶ୍ରୀ ଶ୍ଵେତା ନନ୍ଦ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଝରଣା ସାହୁଙ୍କୁ ସମ୍ମାନିତ କରାଯାଇଥିଲା ସେମାନଙ୍କ ଉଲ୍ଲେଖନୀୟ ସଫଳତା ନିମନ୍ତେ. ତପସ୍ୱିନୀ ମାଝୀଙ୍କୁ ଶିକ୍ଷାବର୍ଷର ଗୌରବ – ଶ୍ରେଷ୍ଠ ଛାତ୍ରୀ ରୂପେ ସମ୍ମାନିତ କରାଯାଇଥିଲା ।ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ରଙ୍ଗୀନ ପ୍ରଦର୍ଶନୀ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ଏହି ଉତ୍ସବରେ ରାୟଗଡ଼ା ଜିଲ୍ଲାର ଅନେକ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ, ଅଭିଭାବକ, ଶିକ୍ଷକ ଓ ଶିକ୍ଷାର୍ଥୀ ଉପସ୍ଥିତ ଥିବା ବେଳେ ସମସ୍ତେ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଉପଭୋଗ କରିଥିଲେ । ସେଞ୍ଚୁରିଅନ୍ ପବ୍ଲିକ୍ ସ୍କୁଲର ‘ସେନଫେଷ୍ଟ–15.0’ ସମସ୍ତଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ଛାଡ଼ି ଯାଇଛି । କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ଡିରେକଟର ଡ଼. ରାଜେଶ କୁମାର ପାଢ଼ୀ ଅନୁଷ୍ଠାନର ସମସ୍ତଙ୍କୁ ସାଧୁବାଦ ଜଣେଇଥିଲେ ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ