ପୂର୍ବତନ ମନ୍ତ୍ରୀ ସ୍ଵର୍ଗତଃ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ବିବାଦର ଅନ୍ତ ଆଜି ହେବ ପ୍ରତିମୂର୍ତ୍ତି ଉନ୍ମୋଚନ

ପୂର୍ବତନ ମନ୍ତ୍ରୀ ସ୍ଵର୍ଗତଃ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ବିବାଦର ଅନ୍ତ ଆଜି ହେବ ପ୍ରତିମୂର୍ତ୍ତି ଉନ୍ମୋଚନ
Spread the love

ପୂର୍ବତନ ମନ୍ତ୍ରୀ ସ୍ଵର୍ଗତଃ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ବିବାଦର ଅନ୍ତ ଆଜି ହେବ ପ୍ରତିମୂର୍ତ୍ତି ଉନ୍ମୋଚନ

ରାୟଗଡା,(ଅମୁଲ୍ୟ ନିଶଙ୍କ ): ଗତ କିଛି ଦିନ ହେଲା ରାୟଗଡା ସହରରେ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତଃ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଏବଂ ଉନ୍ମୋଚନକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ର ଅବସାନ ଘଟିଛି । ଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣୀଙ୍କ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକ ରେ ସ୍ୱର୍ଗତଃ ରାମଚନ୍ଦ୍ର ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିର ସ୍ଥାନ ପରିବର୍ତ୍ତନ ହୋଇ ମୁକ୍ତା ପାର୍କକୁ ସ୍ଥାନାନ୍ତରିତ ହେବା ସହ ରାମ ରାମଚନ୍ଦ୍ର ଉଲାକା ଙ୍କ ନାମରେ ନାମିତ ହେବ ସେଥିପାଇଁ ପାର୍କ ରେ ଦିନ ରାତି ଏକ କରି ପୌର ପରିଷଦ କର୍ମଚାରୀ ସମସ୍ତ କାର୍ଯ୍ୟ ସମାପ୍ତ ପାଇଁ ଲାଗିପଡିଥିଲେ କାମ ସମ୍ପୂର୍ଣ୍ଣ ରୁପେ ସମାପ୍ତି ହୋଇଛି ୨୪ ତା ତାରିଖରେ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବ l

ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ହୋଇଥିବା ସର୍ବଦଳୀୟ ବେଠକରେ ବିଜେପିର ଜିଲ୍ଲାସଭାପତି ଗୋପୀ ଅନନ୍ଦ, କାଳୀରାମ ମାଝି, ଶିବ ଶଙ୍କର ଉଲାକା, ବସନ୍ତ ଉଲାକା, ଦେବାଶିଷ ପଣ୍ଡା, ମଞ୍ଜୁଳା ମିଣିଆକା ପ୍ରମୁଖ ଉପସ୍ଥିତ ରହିଥ‌ିବା ବେଳେ କଂଗ୍ରେସ ଦଳରୁ ଜିଲ୍ଲା ସଭାପତି ତଥା ବିଧାୟକ ରାୟଗଡ କାଡ୍ରାକା ଆପାଲସ୍ୱାମୀ କାଡ୍ରକା , ସାଂସଦ ପ୍ରତିନିଧି ସୁନୀଲ ପଣ୍ଡା, ବରିଷ୍ଠ ଆଇନଜୀବୀ ମଦନ ମୋହନ ମାହନ ପାଢ଼ୀ, ମନୋଜ ରଥ ରଥ ଓ କେ ଭେଙ୍କଟେଶ୍ଵର, ବିଜେଡି ତରଫରୁ ପୂର୍ବତନ ଆଇନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଉପସ୍ଥିତ ରହିନିଜ ନିଜ ର ମାତା ମତ ରଖିଥିଲେ ଳ ଏହି ସର୍ବଦଳୀୟ ବେଠକରେ ରାୟଗଡା ସଦରମହକୁମା ର ଓଏମପି ନିକଟସ୍ଥ ପୌର ସଂସ୍ଥାର ଏକଉଦ୍ୟାନରେ ପ୍ରତିମୂର୍ତ୍ତି ସ୍ଥାପନା କରିବା ନିମନ୍ତେ ନିଷ୍ପତି ହୋଇଥିଲା । ମୂର୍ତ୍ତି ସ୍ଥାପନା ସ୍ଥାନକୁ ନେଇ ବିଜେପି ଏବଂ କଂଗ୍ରେସ ଦଳ ମଧ୍ୟରେ ବାକ୍ ବିବାଦ ଲାଗିରହିଥିଲା I ବିବାଦ ଆରମ୍ଭ ପରେ ପ୍ରସ୍ତାବିତ ରାୟଗଡା ସହର ଜାତୀୟ ରାଜପଥ ନିକଟସ୍ଥ ପୁରୁଣା ଗେଟ ଗଜପତି ଛକ ନିକଟରେ ମୂର୍ତ୍ତି ସ୍ଥାପନା କାର୍ଯ୍ୟକୁ ପ୍ରଶାସନ ବନ୍ଦ କରିଥିଲା । କାର୍ଯ୍ୟ ବନ୍ଦ ପରେ ବିବାଦ ଆହୁରି ତୀବ୍ର ହୋଇ ଉଭୟ ଦଳ ସାମ୍ବାଦିକ ସମ୍ମିଳନୀ କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ ଆସନ୍ତା ୨୪ ତାରିଖରେ ପ୍ରତିମୂର୍ତ୍ତି ଉଦଘାଟନ ନେଇ କଂଗ୍ରେସ ଧାର୍ଯ୍ୟ କରିଥିବା ବେଳେ ୨୬ ତାରିଖରେ ଜିଲ୍ଲା ମହୋତ୍ସବଚଇତି 2025 ଉଦଘାଟନ ହେବାର ରହିଛି ସେଥିପାଇଁ ଏହି ବିବାଦକୁ ଦୃଷ୍ଟିରେ ରଖି ରଖି ଜିଲ୍ଲାପାଳ ସର୍ବଦଳୀୟ ବୈଠକ ଡାକିଥିଲେ ।

ପ୍ରଶାସନ ତରଫରୁ ଅତିରୀକ୍ତ ଜିଲ୍ଲାପାଳ(ରାଜସ୍ୱ), ଉପଜିଲ୍ଲାପାଳ ରମେଶ କୁମାର ଜେନା,ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ପୁଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ସୂଚନାଯୋଗ୍ୟ, ସ୍ୱର୍ଗତଃ ରାମଚ ମଚନ୍ଦ୍ର ଉଲାକାଙ୍କ ପୁତ୍ର ତଥା ବିଜେପି ନେତା ଶିବ ଶଙ୍କର ଶଙ୍କର ଉଲାକା ମଧ୍ଯ ଜିଲ୍ଲାପାଳଙ୍କୁ ଚିଠି ଲେଖି ପ୍ରତିମୂର୍ତ୍ତି ସ୍ଥାନାନ୍ତର ପାଇଁ ଦାବି କରିଥିଲେ । ବୈଠକରେ ନିଷ୍ପତ୍ତି ଅନୁସାରେ ଓ ଏମପି ନିକଟସ୍ଥ ମୁକ୍ତା ପାର୍କରେ ସ୍ଥାପନ ହେବାକୁ ଥିବାରୁ ପାର୍କ ସମସ୍ତ କାର୍ଯ୍ୟ ଯୁଦ୍ଧ କାଳୀନ ଭିତରେ ସମାପ୍ତି ହୋଇଛି l ପ୍ରଶାସନ ପକ୍ଷରୁ ପୌରପରିଷଦ ନିବାହ ଅଧିକାରୀ, ପୂର୍ତ୍ତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶ ଅଗ୍ନିଶମ ବିଭାଗ ଏବଂ ଟାଟ ପାଓ୍ବାର ତରଫରୁ ଯୁଦ୍ଧ କାଳୀନ ସ୍ଥିତିରେ କାର୍ଯ୍ୟ ଆରମ୍ଭ କରି ସମାପ୍ତି କରିଥିଲେ ଓ ବିଜେପି ନେତା, କଂଗ୍ରେସ ନେତା ବିଧାୟକ ରାୟଗଡା ବାରମ୍ବାର କାର୍ଯ୍ୟ ତଦାରଖ କରୁଥିବା ର ଦେଖିବାକୁ ମିଲିଥିଲା l

ଛତିଶଗଡ଼ ର ପୁର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ଭାଗେଲ , ଓଡିଶା ପିସିସି ସଭାପତି ଭକ୍ତ ଚରଣ ଦାସ, ମାନ୍ୟବର ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ରେ ଯୋଗଦେବା ର ଖବର ମିଳିଛି l ସୂଚନା ଯୋଗ୍ୟଯେ ସ୍ବର୍ଗତ ରାମଚନ୍ଦ୍ର ଉଲାକା ଙ୍କ ଦୁଇ ପୁତ୍ର ଙ୍କ ମଧ୍ୟରୁ ସପ୍ତଗିରି ଉଲାକା କଂଗ୍ରେସ ଓ ଶିବ ଶଙ୍କର ଉଲାକା ବିଜେପି ଦଳରେ ଅଛନ୍ତି ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଉଭୟେ ଉଭୟେ ନିଜ ନିଜ ର ରାଜନୈତିକ ଫାଇଦା ନିମନ୍ତେ ବୟାନ ବାଜି କରୁଥିଲେ ତଥାପି ଉଭୟେ ଚାହୁଛନ୍ତି ସ୍ବର୍ଗତ ରାମଚନ୍ଦ୍ର ଉଲାକା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେଉ ବୋଲି l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ