ନିଉ ଡନବସ୍କୋ ଏକାଡେମୀ ପକ୍ଷରୁ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।

ନିଉ ଡନବସ୍କୋ ଏକାଡେମୀ ପକ୍ଷରୁ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।
Spread the love

ନିଉ ଡନବସ୍କୋ ଏକାଡେମୀ ପକ୍ଷରୁ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ନିଉ ଡନବସ୍କୋ ଏକାଡେମୀ ପକ୍ଷରୁ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କଳାପାଣି ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ଭାଲେନ୍ତିନା ପାଢୀ ଯୋଗ ଦେଇ ଫିତାକାଟି ଉଦଘାଟନ କରିଥିଲେ। ବିଜ୍ଞାନ ବିଚାରକ ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ୫୦ ଟି ପ୍ରୋଜେକ୍ଟ ପ୍ରଦର୍ଶିତ ହୋଇଥିଲା।

ସମ୍ମାନିତ ଅତିଥି ଭାବେ ଏକାଡେମୀ ପରିଚାଳନା କମିଟି ର ମୁଖ୍ୟ ସୁନୀଲ ସିଂ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ର ଅଗ୍ରଗତି ସମ୍ପର୍କରେ ବୁଝାଇଥିଲେ। ନିଉ ଡନବସ୍କୋ ଏକାଡେମୀ ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ/ଅଭିଭାବିକା ମାନେ ପରିଚାଳନା ରେ ସହଯୋଗ କରିଥିଲେ।